ଆଗାମୀ ଦୁଇଦିନ ଥରିବ ଦୁଇଟି ଜିଲ୍ଲା

ଜାନୁଆରି ୩୧ରୁ ଫେବ୍ରୁଆରି ୨ ତାରିଖ ଯାଏଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ପ୍ରବାହ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୬ଡିଗ୍ରି ସେଲସିୟସ ରହିଛି। ଆଜି ସକାଳ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୨୦.୨ ରହିଥିଲା। ତେବେ ଆଗାମୀ ୫ଦିନ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ପ୍ରକାଶ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ,ଅନୁଗୁଳ, ନୟାଗଡ଼, କଟକ, ଖୋର୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିପାରେ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ କୁହୁଡି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆଗାମୀ ଦୁଇଦିନ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଥଣ୍ଡା ପବନ ପ୍ରବାହ ହେବାର ସମ୍ଭାବନା ରହିଛି।

Odisha: These Districts to Witness Severe Cold Wave Conditions for Next 3  Days – The News Room

ଏହି ସମୟରେ ଯଥାସମ୍ଭବ ଘରେ ରୁହନ୍ତୁ। ଥଣ୍ଡାପବନରେ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସେହିପରି ଥଣ୍ଡା ପବନ ବୋହିବା ହେତୁ ପଶୁପକ୍ଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି। ତେଣୁ ଏହି ସମୟରେ ତାଙ୍କୁ ବାହାରେ ନଛାଡ଼ି ଏପରି ସ୍ଥାନରେ ରଖନ୍ତୁ ଯେମିତି କି ପଶୁପକ୍ଷୀଙ୍କ ଶରୀରରେ ଥଣ୍ଡାପବନ ବାଜିବ ନାହିଁ । ଏସବୁ ଦିଗ ପ୍ରତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସତର୍କ କରାଯାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe