Advertisment

ଥଣ୍ଡାରେ ଥରୁଛି ଓଡ଼ିଶା: ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି

Advertisment

ନୂଆ ବର୍ଷରେ ହୋଇପାରେ ବର୍ଷା

ନୂଆ ବର୍ଷରେ ହୋଇପାରେ ବର୍ଷା

ଓଡ଼ିଶାରେ ପୁଣି ହାଡ଼ଭଙ୍ଗା ଶୀତ, ସୋନପୁର ସବୁଠାରୁ ଥଣ୍ଡା ସହର

Photo: Hindustan Times

ଭୁବନେଶ୍ୱର: ସାରା ଓଡ଼ିଶା ଥଣ୍ଡାରେ ଥରୁଛି। ରାଜ୍ୟର କିଛି ସ୍ଥାନରେ ପାରା ୧୦ ଡିଗ୍ରି ତଳକୁ ଖସିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ତାପମାତ୍ରା ସର୍ବାଧିକ ୨୭.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରି ରେକର୍ଡ କରାଯାଇଛି। ବର୍ତ୍ତମାନର ତାପମାତ୍ରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ନୂଆବର୍ଷରେ ବର୍ଷା ହୋଇପାରେ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଜାନୁଆରି ୨ରୁ ୪ ଯାଏଁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

publive-image

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ଥଣ୍ଡା ପବନ ବହିବା ସହ ପ୍ରବଳ ଶୀତ ହେବ। ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବ। ରବିବାର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ ଓ ବାଲେଶ୍ୱରରେ ଶୀତଲହରୀ ଜାରି ରହିବାର ସମ୍ଭାବନା ଅଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ଠାରୁ ସୋମବାର ଯାଏଁ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ମଧ୍ୟ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe