ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଦଶ ଡିଗ୍ରି ତଳେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା

ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଦଶ ଡିଗ୍ରି ତଳେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି। ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୭, ସୁନ୍ଦରଗଡ଼ର କିରେଇରେ ୭.୭, ସେମିଳିଗୁଡ଼ାରେ ୮, ଦାରିଙ୍ଗିବାଡ଼ିରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୮.୯, ଅନୁଗୁଳ ଓ ନବରଙ୍ଗପୁରରେ ୯ ଏବଂ ଭବାନୀପାଟଣାରେ ୯.୫ ଡିଗ୍ରି ରେକର୍ଡ କରାଯାଇଛି। ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି ୧୪.୪ ଓ ଭୁବନେଶ୍ବରରେ ୧୪.୮ ଡିଗ୍ରି ଥିବା ଜଣାଯାଇଛି।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଏଥିସହ ଆସନ୍ତା ଦୁଇ ଦିନ ମଧ୍ୟରେ ପୂର୍ବାଳୀ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଅନେକ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ। ଅନ୍ୟପକ୍ଷରେ ଆକାଶ ନିର୍ମଳ ରହୁଥିବାରୁ କେତେକ ଜିଲ୍ଲାରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଏପରିକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିପାରେ। ଏଣୁ ଆସନ୍ତା ୨ ଦିନ ଯାଏଁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏଣେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି,  ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଅଧିକ ରହିବ। ୨୩ ଓ ୨୪ ରାତିରେ ସାମାନ୍ୟ ତାପମାତ୍ର ଏକରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ, ଯାହାର ବିଶେଷ ପ୍ରଭାବ ଶୀତ ଉପରେ ପଡିବନି। ତେବେ ୨୯ରୁ ବଙ୍ଗୋପସାଗରରୁ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ୨୯ରୁ ନୂଆ ବର୍ଷ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe