Cold Waves: ଶୀତ ଲହରୀ ସହ ତୁଷାରପାତ ଜାରି; ଘୁ. ଉଦୟଗିରିରେ ପହଞ୍ଚିଲା ପାରଦ ୨.୬ଡିଗ୍ରି

Advertisment

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ଶୀତ ଲହରୀ ଏବଂ ତୁଷାରପାତ ଜାରି ରହିଛି। ଆଜି ପୁଣି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ଶୀତ ଲହରୀ ଏବଂ ତୁଷାରପାତ ଜାରି ରହିଛି। ଆଜି ପୁଣି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Untitled-12

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ଶୀତ ଲହରୀ ଏବଂ ତୁଷାରପାତ ଜାରି ରହିଛି। ଆଜି ପୁଣି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ତାପମାତ୍ରା ୨.୬ଡିଗ୍ରି ରେକର୍ଡ କରାଯାଇଛି। କିଛି ଦିନ ହେଲା ପାରଦ ତଳମୁଁହା ହେବା ସହ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଶୀତ କଲବଲ କରୁଛି। ହାଡ଼ଭଙ୍ଗା ଶୀତରେ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବା ସହ ବଜାର ରାସ୍ତାଘାଟ ଜନଶୁନ୍ୟ ହୋଇଯାଉଛି। କିଛି ସ୍ଥାନରେ ନିଆଁ ଲଗେଇ ଲୋକ ଭିଡ଼ ଯମାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ସେଇଭଳି ଭୋରରୁ ଲୋକ ସକାଳ ଭ୍ରମଣରେ ଯାଉଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ କିଛି ଦିନ ହେଲା ସକାଳ ଭ୍ରମରେ ଲୋକ ଯିବାର କମିଯାଇଛି। ସହରର ବିଭିନ୍ନ ଚା’ ଓ ପାନ ଦୋକାନରେ କାଠ ଗଣ୍ଡି ଜାଳି ଲୋକ ଚା’ ପିଇ ଶୀତର ମଜା ନେଉଛନ୍ତି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଭାବର କିଛି ବର୍ଷ ହେଲା ଘୁ.ଉଦୟଗିରି ଚିହ୍ନଟ ହେବା ପରେ ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରର ପର୍ଯ୍ୟଟକ ଏହି ଶୀତଳ ସହରରେ ଡେରା ପକାଇ ଶୀତ,ତୁଷାରପାତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜ୍ଜା ନେଉଛନ୍ତି। କିଛି ଜଣଙ୍କ ପାଇଁ ଶୀତ ଆନନ୍ଦ ଦେଉଥିବା ବେଳେ ଗରିବ ଅସହାୟ ପରିବାର ବୃଦ୍ଧ ବୃଦ୍ଧାଙ୍କ ପାଇଁ ହାଡ଼ଭଙ୍ଗା ଶୀତ ଅସହ୍ୟ ହେବା ସହ କଷ୍ଟ ଦ୍ୱିଗୁଣିତ କରିଦେଇଛି।

ଆହୁରି ପଢ଼ନ୍ତୁ: Literature: ସୂର୍ଯ୍ୟକାନ୍ତ ବେହେରାଙ୍କ କବିତା ‘ମାୟା ମିରିଗ’...

ସଂଜ ନଇଁଲେ ନିଆଁ ଭରସା

ଲୋକ ଦିନରେ ସୂର୍ଯ୍ୟଙ୍କ ଭରସା ଏବଂ ସଞ୍ଜ ନଇଁଲେ ନିଆଁ ଭରସାରେ ଜୀବନ କାଟିବାରେ ଲାଗିଛନ୍ତି। ଗତ ତିନି ଦିନ ହେଲା ପାରଦ ତଳମୁହାଁ ହୋଇ ୩ଡିଗ୍ରି ଏବଂ ତାପରଦିନ ୨ଡ଼ିଗ୍ରି ଆଜି ୨.୬ଡିଗ୍ରି ରହିବା ସହ ତୁଷାରପାତ ଜାରି ରହିଛି। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ପାରଦ ତଳ ମୁହାଁ ହେବା ସହ ଜାଡ଼ରେ ସାରା ଅଞ୍ଚଳ ଥରିବ ବୋଲି ପୂର୍ବାନୁମାନ କରିଛି। ଚଳିତ ବର୍ଷ ଶୀତ ଋତୁରେ ଅସହ୍ୟ ଶୀତ ସାଙ୍ଗକୁ ଜାଡ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି।

ଆହୁରି ପଢ଼ନ୍ତୁ: Elephant Attack 2 Death ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ବନ କର୍ମଚାରୀ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe