ଜାଡ଼ରେ କମ୍ପୁଛି ଓଡ଼ିଶା: ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି

Advertisment
ଜାଡ଼ରେ କମ୍ପୁଛି ଓଡ଼ିଶା: ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି

Devdiscourse

ଭୁବନେଶ୍ୱର: ସାରା ଓଡ଼ିଶା ଥଣ୍ଡାରେ ଥରୁଛି। ଗତ ଏକ ସପ୍ତାହ ହେବ ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ହଡ଼ାଭଙ୍ଗା ଶୀତ କାରଣରୁ ସନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଛି। ରାଜ୍ୟର କିଛି ସ୍ଥାନରେ ପାରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁରରେ ତାପମାତ୍ରା ସର୍ବନିମ୍ନ ୩.୪ ଡିଗ୍ରି ରେକର୍ଡ କରାଯାଇଛି। ବର୍ତ୍ତମାନର ତାପମାତ୍ରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

publive-image mynation.com

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ଆଗାମୀ ୨ ଦିନ ଯାଏଁ ଥଣ୍ଡାର ପ୍ରକୋପ ଜାରି ରହିବ। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ତରଫରୁ ଆଜି ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ପ୍ରତ୍ୟୁଷରୁ ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବାର ଖବର ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗିବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି। ଦାରିଙ୍ଗିବାଡ଼ିରେ ଚଳିତ ବର୍ଷ ଏହା ପ୍ରଥମ ତୁଷାରପାତ। ସେଠାରେ ଘର, ଅଗଣା, ଗଛ ପତ୍ର ସବୁଠି ଧଳା ବରଫର ଆସ୍ତରଣ ବସି ଯାଇଛି। ସେପଟେ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ତୁଷାରପାତ ହେବା ଦ୍ୱାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe