ରାଜ୍ୟରେ ଜାରି ରହିବ ଶୀତ ଲହରି; ଅଧିକ ହେବ କୁହୁଡ଼ି

Advertisment
ଉତ୍ତର ଭାରତରେ ଶୀତ: ଲେହ ତାପମାତ୍ରା ବିଯୁକ୍ତ ୧୭ ଡିଗ୍ରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଜାରି ରହିଥିବା ଶୀତ ଲହରି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ବେଗ କମ୍‌ ହୋଇଯାଇଛି ଏବଂ ଏବେ ପୂର୍ବ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି। ତେବେ, ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବା ସାମୁଦ୍ରିକ ପବନ ତା’ର ଦିଗ ପରିବର୍ତ୍ତନ କରିବା ସହ ବାୟୁମଣ୍ଡଳର ତଳଭାଗରେ ଜଳୀୟବାଷ୍ପ ଅଂଶ ବି ରହୁଛି। ଫଳରେ ଏହାର ପ୍ରଭାବରେ ବିଳମ୍ବିତ ରାତିରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଉଛି। ପ୍ରତ୍ୟୁଷରୁ ବିଳମ୍ବିତ ସକାଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ କୁହୁଡ଼ି ଚାଦର ତଳେ ରହୁଛି।

publive-image

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ସୋମବାର ପର୍ଯ୍ୟନ୍ତ ସକାଳୁଆ କୁହୁଡ଼ି ଅଧିକ ମାତ୍ରାରେ ଦେଖିବା ପାଇଁ ମିଳିବ। ବାୟୁର ଦିଗ ପରିବର୍ତ୍ତନ ଫଳରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମିଛି। ଦିନର ସର୍ବେଚ୍ଚ ତାପମାତ୍ରା ସ୍ଥିର ରହୁଛି। କିନ୍ତୁ ରାତିରେ ପାରଦ ଖସିବା ସହ ଥଣ୍ଡା ମଧ୍ୟ ବଢ଼ୁଛି।

publive-image

ଶନିବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରି ସେଲସିୟସ ଥିବା ବେଳେ ଫୁଲବାଣୀରେ ୯.୫ଡିଗ୍ରି, କୋରାପୁଟରେ ୧୦ଡିଗ୍ରି, ହୀରାକୁଦରେ ୧୦.୧ଡିଗ୍ରି, ଭବାନୀପାଟଣା, ସୁନ୍ଦରଗଡ଼ରେ ୧୧.୫ଡିଗ୍ରି, ସୋନପୁରରେ ୧୧.୮ଡିଗ୍ରି, ଝାରସୁଗୁଡ଼ା, କେନ୍ଦୁଝରରେ ୧୨.୨ଡିଗ୍ରି, ସମ୍ବଲପୁରରେ ୧୨.୩ଡିଗ୍ରି, ବଲାଙ୍ଗୀରରେ ୧୨.୮ଡିଗ୍ରି, ଅନୁଗୁଳ, ଟିଟିଲାଗଡ଼ରେ ୧୩ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାର ବାଲେଶ୍ୱରରେ ୧୪.୮ଡିଗ୍ରି, କଟକରେ ୧୫ଡିଗ୍ରି, ଭୁବନେଶ୍ୱରରେ ତାପମାତ୍ରା ୧୫.୮ଡିଗ୍ରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe