ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ପ୍ରାୟ ପାଞ୍ଚ ଦିନ ହେବ ଶୀତର ପ୍ରକୋପ ଏତେ ବଢିଯାଇଛି ଯେ ଦିନରେ କୋହଲା ପବନ ବୋହିବା ସହ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ରହିଥାଉଛି। ଯାହାଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଦୋକାନ ବଜାର ସକାଳ ୯ଟା ପରେ ଖୋଲିଥିବା ବେଳେ ରାତି ୮ଟା ବେଳକୁ ବଜାର ଶୂନଶାନ ହୋଇଯାଉଥିବା ଦେଖିବାକୁ ମିଳୁଛି। ଗାଁ ଗହଳିରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ନିଆଁ ପାଖରୁ ଉଠୁନଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେବା ସହ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜରକୁ ଆସୁଛି। ବିଶେଷକରି ଶୀତ ଯୋଗୁଁ ସାପ୍ତାହିକ ହାଟ ମଧ୍ୟ ବିଳମ୍ବରେ ଆରମ୍ଭ ହେଉଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକକୁ ଓଡ଼ିଶାର କାଶ୍ମୀର ବୋଲି ମଧ୍ୟ କୁହାଯାଉଛି। ପାହାନ୍ତିଆ ସମୟରେ ତାପମାତ୍ରା ୯ଡିଗ୍ରୀ ତଳକୁ ଖସିଥିବା ଜଣାପଡିଛି।
ଶୀତରେ ଥରୁଛି ପଟ୍ଟାଙ୍ଗି, ଜନ ଜୀବନ ଅସ୍ତବ୍ୟସ୍ତ
Advertisment
Follow Us