ଖସୁଛି ପାରଦ, ଥରୁଛି କନ୍ଧମାଳ

Advertisment
ଖସୁଛି ପାରଦ, ଥରୁଛି କନ୍ଧମାଳ

ଭୁବନେଶ୍ବର : ଖସୁଛି ପାରଦ। ଉପକୂଳ ଓଡ଼ିଶାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଗତକାଲି ତୁଳନାରେ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ୧୮ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଆସିଛି। ସେଥିମଧ୍ୟରୁ ୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଗତାକାଲି ପରି ଆଜି ଭୋର ସମୟରେ ଦାରିଙ୍ଗବାଡ଼ି ଓ କନ୍ଧମାଳର ତାପମାତ୍ରା ୯ ଡିଗ୍ରି ରହିଥିଲା। ପ୍ରବଳ, ଶୀତ ଅନୁଭୂତ ହେଉଛି। ଇତି ମଧ୍ୟରେ କୋରାପୁଟରେ ବି ପାରଦ ତଳକୁ ଖସିଛି। ଭୋର ସମୟରେ ଏଠାରେ ତାପମାତ୍ରା ୯.୬ ଡିଗ୍ରି ରେକର୍ଡ କରାଯାଇଛି। ଯେତେବେଳେ କି ଗତକାଲି ଏଠାରେ ତାପମାତ୍ରା ୧୦ ଡିଗ୍ରି ରହିଥିଲା। ସନ୍ଧ୍ୟା ହେବା କ୍ଷଣି ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାତି ବଢ଼ିବା ସହ ପାରଦ ଆହୁରି ହ୍ରାସ ପାଉଛି। ଭୋର ‌‌ବେଳକୁ ପାରଦ ସର୍ବନିମ୍ନସ୍ତରକୁ ଖସି ଆସୁଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି ଖସିବ। ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭୋର ସମୟରେ କୁହୁଡ଼ିର ମାତ୍ରା ବଢ଼ିବ। ରାସ୍ତା ଠିକ୍‌ ଭାବେ ଦୃଶ୍ୟ ‌ମାନ ହେବ ନାହିଁ। ଓଡ଼ିଶାର ଅନ୍ୟ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ ସେଭଳି ବଡ଼ଧରଣର ପରିବର୍ତନ ହେବନି। ଭୁବନେଶ୍ବର, କଟକର ସର୍ବନିମ୍ନ ତାପମାତ୍ରା ବଢ଼ିପାରେ। ୨୯ ଓ ୩୦ ତାରିଖ ବେଳକୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe