ପୁଣି ଲେଉଟିଲା ଶୀତ: ଘୁମୁସର ଉଦୟଗିରିରେ ପାରଦ ୭ ଡିଗ୍ରିରେ ପହଞ୍ଚିଲା, ଜନଜୀବନ ପ୍ରଭାବିତ

ଓଡ଼ିଶାର ଦାର୍ଜିଲିଂ: ଦିନରେ ଖରା, ସଞ୍ଜ ନଇଁଲେ ନିଆଁ ଭରଷାରେ ଲୋକେ

ପୁଣି ଲେଉଟିଲା ଶୀତ: ଘୁମୁସର ଉଦୟଗିରିରେ ପାରଦ ୭ ଡିଗ୍ରିରେ ପହଞ୍ଚିଲା, ଜନଜୀବନ ପ୍ରଭାବିତ

ଘୁ.ଉଦୟଗିରି: ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି। କିଛିଦିନର ବ୍ୟବଧାନ ପରେ ପୁଣି ଥରେ ତାପମାତ୍ରା ଖସିବାରେ ଲାଗିଛି। ଆଜି ଘୁ.ଉଦୟଗିରିରେ ତାପମାତ୍ରା ୭ଡିଗ୍ରି ରେକର୍ଡ କରାଯାଇଛି। ଗ୍ରାମାଞ୍ଚଳରେ ଏହା ୬ଡିଗ୍ରିକୁ ପହଁଚିଛି। ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ପୁରା ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁ ଉପରେ ଭରଷା କରୁଛନ୍ତି। ଅନ୍ୟପଟେ ଶୀତ ବଢିବା ଯୋଗୁଁ ଗରମ ପୋଷାକର ବେପାର ଜୋର ଧରିଛି। ବାହାର ରାଜ୍ୟର ବ୍ୟବସାୟୀ ବଡ଼ବଡ଼ ଟ୍ରକ୍‌ରେ ଗରମ ପୋଷାକ କମଳ, ସୁଇଟର, ଜ୍ୟାକେଟ୍‌ ରାସ୍ତାକଡ଼ରେ ବିକ୍ରି କରୁଛନ୍ତି। ଗରିବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସୁଥିବା ବେଳେ ଯାତ୍ରୀବାହୀ ବସ୍‌କୁ ରାତିରେ ଅପେକ୍ଷା କରୁଥିବା ଯାତ୍ରୀମାନେ ମଧ୍ୟ ରାସ୍ତାକଡ଼ରେ ନିଆଁ ଜାଳି ଅପେକ୍ଷା କରୁଛନ୍ତି।

publive-image

ଜାଡ଼ରେ ଥରୁଛି କନ୍ଧମାଳ। ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ଘୁମୁସର ଉଦୟଗିରି ମଧ୍ୟ ଏଥିରେ ସାମିଲ ଅଛି। ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରରେ ଗରିବ ଲୋକ। ଶୀତୁଆ ସକାଳର ମଜ୍ଜା ଉଠେଇବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଭିଡ଼ ଜମୁଥିବା ବେଳେ ସହରର ବିଭିନ୍ନ ଛକ ଥିବା ଚାହା ଦୋକାନରେ ଶୀତୁଆ ସକାଳର ଖଟି ଜମୁଛି। ପୁଣି ନିଆଁ ପାଖରେ ବସି। ସକାଳ ଭ୍ରମଣ ସହ ଖେଳ ପଡିଆ ପାର୍କ ରେ ଯୁବ ପିଢିଙ୍କ ସକାଳ ଭ୍ରମଣ, ଖେଳକୁଦ ବେଶ ଜମୁଛି। ପ୍ରବଳ ଥଣ୍ଡା ଯୋଗୁଁ ହାତଗୋଡ଼ କାଲୁଆ ପଡୁଥିବା ବେଳେ ବିନା ଗରମ ପୋଷାକରେ ଘରୁ ବାହାରିବା ସମ୍ଭବ ହେଉନି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତର ଲୁଚକାଳି ଖେଳ ଚାଲିଛି।

publive-image

ଚଳିତ ବର୍ଷ ଶୀତ ଦିନ ଆରମ୍ଭରୁ ଘୁ.ଉଦୟଗିରି ସହର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଓଡ଼ିଶା ବାହାରୁ ଏବଂ ବାହାର ଜିଲ୍ଲାର ପର୍ଯ୍ୟଟକ ଶୀତ ଅନୁଭବ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳକୁ ଆସୁଥିବା ଦେଖୁବାକୁ ମିଳୁଛି। ଗରିବ ଦିନ ମଜୁରିଆମାନେ ଶୀତକୁ ଖାତିର ନ କରି ବଡ଼ି ଭୋରରୁ ନିଜ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ପ୍ରବଳ କୁହୁଡି, ଥଣ୍ଡା କାକରରେ ମହିଳାମାନେ ନିଜ ଗାଁରୁ ମୁଣ୍ଡରେ କାଠ, ଅଙ୍ଗାର ବୋହି ଚାଲି ଚାଲି ନିଜ ଗାଁରୁ ସହରକୁ ଆସୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe