ଶୀତ ଲେଉଟିବ

Advertisment
ଶୀତ ଲେଉଟିବ

Photo by : Times of India

ଭୁବନେଶ୍ୱର : ଦୁଇ ଦିନ ହେଲା ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶକୁ ଢାଙ୍କିଥିଲା ବାଦଲ। ପୁରୀ ସମେତ କେତେକ ସ୍ଥାନରେ ଝିପିଝିପି ବର୍ଷା ବି ହୋଇଛି। ପ୍ରଭାବରେ ଘନ କୁହୁଡିର ଆସ୍ତରଣ ଥିଲା, ଆଉ ଶୀତର ପ୍ରକୋପ ଅପେକ୍ଷାକୃତ ହ୍ରାସ ପାଇଥିଲା।

ଏ ପାଗ ବଦଳିବାର ସଙ୍କେତ ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ଆସନ୍ତାକାଲି ଆକାଶରୁ ବାଦଲ ହଟିଯିବ। ୪ ତାରିଖରୁ ରାଜ୍ୟରେ ତାପମାତ୍ରା ପୁଣି ହ୍ରାସ ପାଇବ। ଶୀତ ଲେଉଟିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ କହୁଛି, ମଙ୍ଗଳବାରଠାରୁ ପାଗରେ ପରିବର୍ତନ ଆସିବ। ବର୍ଷାର ସମ୍ଭାବନା ଆଉ ନାହିଁ। ଅଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବଭଳି ତାପମାତ୍ରା ହ୍ରାସ ପାଇବା ସହ ବୁଧବାରଠାରୁ ପୁଣିଥରେ ଶୀତ ଲେଉଟିବ। ମଙ୍ଗଳବାର ସକାଳଠାରୁ ଲୋକେ ପାଗରେ ପରିବର୍ତନ ଅନୁଭବ କରିବେ। ଏଭଳି ସ୍ଥିତି ପାଖାପାଖି ସପ୍ତାହେ ଯାଏ ଲାଗି ରହିବ। ସୋମବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୮ ଏବଂ ହୀରାକୁଦରେ ୯.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରରେ ୧୬.୬ ଡିଗ୍ରି, କଟକରେ ୧୫.୬ ଡିଗ୍ରି, ଗୋପାଳପୁରରେ ୧୮.୮ ଡିଗ୍ରି, ପୁରୀରେ ୧୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗର ବୁଲେଟିନ୍‌ରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe