୨୮ରୁ ପୁଣି ଖସିବ ପାରଦ

Advertisment
୨୮ରୁ ପୁଣି ଖସିବ ପାରଦ

photo by : Scroll.in

ଭୁବନେଶ୍ବର : ସପ୍ତାହେ ହେ‌ଲା ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେଉଥିବା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାବାସୀଙ୍କୁ ଟିକିଏ ନିସ୍ତାର ମିଳିବ। ଆସନ୍ତା ଦୁଇ ଦିନ ପାଇଁ ଘନ କୁହୁଡ଼ି ଆଶଙ୍କା ନାହିଁ। ୨୬ ତାରିଖରୁ ପଶ୍ଚିମ, ଦକ୍ଷିଣ ଓ ୨୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଭାବରେ କୁହୁଡ଼ି କମିବ। ଉପକୂଳ ଓଡ଼ିଶାକୁ ବର୍ଷା ସମ୍ଭାବନା ନାହିଁ। ହେଲେ ଦିନ ସାରା କୋହଲା ପାଗ ଲାଗିରହିବ। ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ।

ଏବେ ଦିନ ଓ ତାପମାତ୍ରା ବଢ଼ୁଛି। ଅନୁଗୁଳକୁ ଛାଡ଼ି ରାଜ୍ୟର ସମସ୍ତ ସହରରେ ରାତିର ପାରଦ ୧୦ ଡିଗ୍ରି ଉପରକୁ ଚାଲିଯାଇଛି। ଅନୁରୂପ ଭାବେ ଦିନର ତାପମାତ୍ରା ବି ବଢ଼ୁଛି। ଜାନୁଆରି ମାସ ନ ସରୁଣୁ ମାଲକାନଗିରିରେ ଦିନର ତାପମାତ୍ରା ୩୩ ଡିଗ୍ରି ପର୍‌ ହୋଇଛି। ଆଜି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରହିଥିଲା। ଏଥିସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଆର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ଟପିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଏବେ ଉପକୂଳ ଓଡ଼ିଶାରେ କୁହୁଡ଼ି କମିବ। ୨୬ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କନ୍ଧମା‌ଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୨୬ ଓ ୨୭ ତାରିଖରେ ବର୍ଷା ହେବ। ୨୭ ଓ ୨୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ହେବାର ବହୁତ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe