ଫୁଲବାଣୀ : ରାଜ୍ୟର ଥଣ୍ଡା ସହର ଫୁଲବାଣୀ ସମେତ କନ୍ଧମାଳ ଜିଲ୍ଲାରେ ଶୀତ ସାଙ୍ଗକୁ କୋହଲା ପାଗ ଲାଗିରହିଛି । ଆଜି ଏଠାରେ ସୂର୍ଯ୍ୟ ଆଲୁଅ ଦେଖିବାକୁ ମିଳି ନଥିଲା। ସକାଳଠୁ ସଂଧ୍ୟା ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିଥିଲା। ଶୀତ ଓ କୋହଲା ପାଗ ସାଙ୍ଗକୁ ମଝିରେ ସାମାନ୍ୟ ଝିପିଝିପି ବର୍ଷା ହୋଇଥିଲା। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂତ୍ର ଅନୁସାରେ, ଫୁଲବାଣୀରେ ଆଜିର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରହିଥିଲା। ଲଘୁଚାପ ଯୋଗୁଁ ପାଗ ଏଭଳି ପାଗ ହୋଇଥିବା କୁହାଯାଉଛି। ଆଉ ୨-୩ ଦିନ ପାଗ ଏଭଳି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us