୧୦ ଡିଗ୍ରି ତଳେ ୧୩ ସହର

Advertisment
୧୦ ଡିଗ୍ରି ତଳେ ୧୩ ସହର

Photo by : amazonaws.com

ଭୁବନେଶ୍ୱର : ଜାରି ରହିଛି ଜାଡ଼। ଦୁଇ ଦିନ ହେଲା ରାଜ୍ୟର ୧୫ଟି ସହରର ପାରଦ ୧୦ ଡିଗ୍ରି ତଳେ ରହୁଥିବା ବେଳେ ଆଜି ଟିକିଏ ଆଶ୍ୱସ୍ତି ମିଳିଛି। ୧୦ ଡିଗ୍ରି ତଳେ ୧୩ଟି ସହର ରହିଛି। ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲେ ମଧ୍ୟ ଗୋଟିଏରୁ ଦୁଇ ଡିଗ୍ରି ବୃଦ୍ଧି ପାଇଛି। ୫ ଡିଗ୍ରି ତଳେ ରହୁଥିବା ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ୫ ଡିଗ୍ର୍ରି ଉପରକୁ ଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୬ ଡିଗ୍ରି ରହିଛି।

ସବୁ ସହରରେ ପାରଦ ଟିକିଏ ବଢ଼ିଥିଲେ ମଧ୍ୟ ଏବେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତନ ହେବା ଭଳିି ଲାଗୁ ନାହିଁ। ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବା କଥା ହେଲା ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଗୋଟିଏରୁ ଦୁଇ ଡିଗ୍ର୍ରି ଏପାଖ ସେପାଖ ହେବ।

ଓୟୁଏଟି କୁଳପତି ତଥା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଗୁରୁବାର କିଛି ସ୍ଥାନରେ ଗୋଟିଏରୁ ଦୁଇ ଡିଗ୍ରି ବଢ଼ିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆଉ କିଛି ସ୍ଥାନରେ ପାରଦ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ବାଲେଶ୍ୱର, ପୂର୍ବ ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ପରି ଜିଲ୍ଲାରେ ଥଣ୍ଡା ପୂର୍ବଭଳି ଜାରି ରହିବ। ୧୮ ତାରିଖ ପରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ବ୍ୟତୀତ ସୁନ୍ଦରଗଡ଼ରେ ୭.୫, ଝାରସୁଗୁଡ଼ାରେ ୭.୭, ହୀରାକୁଦରେ ୮.୧, ସୋନପୁରରେ ୮.୨, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝରଗଡ଼ ଓ ଭବାନୀପାଟଣାରେ ୯, ସମ୍ବଲପୁରରେ ୯.୧, ବାରିପଦାରେ ୯.୮, ଢ଼େଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ ହୋଇଛି। ସେହିପରି କଟକ ଓ ବାଲେଶ୍ୱରରେ ୧୦.୫, ତାଳଚେର ଓ ଭୁବନେଶ୍ୱରରେ ୧୧ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe