cold wave from NewYear Photograph: (sambad.in)
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ, ନୂଆବର୍ଷ ଅବସରରେ ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
ସୁନ୍ଦରଗଡ, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ୫୦ରୁ ୨୦୦ ମିଟର ମଧ୍ୟରେ ଦୃଶ୍ୟମାନ ନ ହେଉଥିବା ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱରରେ ଥିବା ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ନୂଆବର୍ଷରୁ ଶୀତ ଲହର ପୁଣି ଫେରିବ। ସୋମବାର ରାତି ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳି ନ ପାରେ। ପରବର୍ତ୍ତୀ ୨ରୁ ୪ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି।
ଜାନୁଆରୀ ୧ଠାରୁ ସର୍ବନିମ୍ନ ତାପମାତ୍ରା ଓଡ଼ିଶାର ଅନେକ ସ୍ଥାନରେ ହ୍ରାସ ପାଇବ। ଫୁଲବାଣୀର ତାପମାତ୍ରା ୧୦ଡିଗ୍ରି ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ସମୟରେ, କୋରାପୁଟ ଏବଂ ଢେଙ୍କାନାଳରେ ତାପାମତ୍ରା ଯଥାକ୍ରମେ ୧୧ ଏବଂ ୧୨ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକ ପଢ଼ନ୍ତୁ: ଝରକାରେ ମୁହଁ ଦେଖାଇପାରିବେ ନାହିଁ ମହିଳା : ତାଲିବାନ
ପ୍ରମୁଖ ସହରମାନଙ୍କ ମଧ୍ୟରେ ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, ଏବଂ କଟକର ସର୍ବନିମ୍ନ ତାପମାତ୍ରା ନୂଆବର୍ଷରେ ପ୍ରାୟ ୧୪ ଡିଗ୍ରି ସେଲସିୟସ ରହିବ ବୋଲି ଅନୁମାନ କରାଯାଉଥିବାବେଳେ ଅନୁଗୁଳର ତାପମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ତେବେ ପୁରୀର ତାପମାତ୍ରା ୧୬ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ରହିଛି। ଅପରପକ୍ଷରେ ଭଦ୍ରକ ଏବଂ ବାଲେଶ୍ବରରେ ତାପମାତ୍ରା ଯଥାକ୍ରମେ ୧୩ ଏବଂ ୧୫ ଡିଗ୍ରି ସେଲସିୟସରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅଧିକ ପଢ଼ନ୍ତୁ: ପୋଷାକ ଦୋକାନରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
Follow Us