୨୫ ସୁଦ୍ଧା ୫° ପର୍ଯ୍ୟନ୍ତ କମିପାରେ ପାରଦ

Advertisment
୨୫ ସୁଦ୍ଧା ୫° ପର୍ଯ୍ୟନ୍ତ କମିପାରେ ପାରଦ

Photo by : cloudfront.net

ଭୁବନେଶ୍ୱର : ରାଜ୍ୟରୁ ଲଘୁଚାପ ବର୍ଷା ହଟି ଯାଇଥିଲେ ବି ବାୟୁମଣ୍ଡଳରେ ଭରି ରହିଛି ଜଳୀୟବାଷ୍ପ। ଫଳରେ ଦିନ ସହିତ ରାତିର ତାପମାତ୍ରା ବଢ଼ିଯାଇଛି। ଦିନେ ଦୁଇଦିନ ଭିତରେ ଜଳୀୟବାଷ୍ପ ଶୁଖିଯିବ। ପାଗ ସଂପୂର୍ଣ୍ଣ ଶୁଖିଲା ହେବ। ଫଳରେ ଧୀରେ ଧୀରେ ରାତିର ପାରଦ କମିବ। ଆସନ୍ତା ୨୫ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୫° ପର୍ଯ୍ୟନ୍ତ କମିବ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହି ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠାରୁ ରାତିର ତାପମାତ୍ରା ୧° ହିସାବରେ କମିବ। ତେବେ ଦିନର ଅର୍ଥାତ୍‌ ସର୍ବୋଚ୍ଚ ତାପମାତ୍ରା କମିବାକୁ ଅଧିକ ସମୟ ଲାଗିବ। ବର୍ତମାନ ପାଇଁ ଦିନର ତାପମାତ୍ରା ସ୍ଥିର ରହିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ତାଙ୍କ କହିବାନୁସାରେ ଆଜି ବାୟୁମଣ୍ଡଳରେ ପାଖାପାଖି ୮୫ ପ୍ରତିଶତ ଆର୍ଦ୍ରତା ରହିଛି। ଏଣୁ ଆଜି ଉପକୂଳରେ ଦିନବେଳା ତାତି ଅନୁଭୂତ ହୋଇଥିଲା। ତେବେ ସନ୍ଧ୍ୟା ବେଳକୁ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ାରେ ୬୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି କାଶୀନଗରରେ ୫୦ ମି.ମି., ମୋହନା, ଆସ୍କା, ଜି.ଉଦୟଗିରିରେ ୩୦ ମି.ମି., ଦିଗପହଣ୍ଡିରେ ୨୦ ମି.ମି., ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା, ସୋରଡ଼ାରେ ୧୦ ମି.ମି. ବର୍ଷା ହୋଇଛି। ଆଜି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୭° ସେଲ୍‌ସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗିବାଡ଼ିରେ ୧୭.୫°, ହୀରାକୁଦରେ ୧୭.୬°, କେନ୍ଦୁଝରରେ ୧୮.୪°, ଫୁଲବାଣୀରେ ୧୯°, କୋରାପୁଟରେ ୧୯.୫° ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe