କମିଲା ଶୀତ ପ୍ରକୋପ

Advertisment
୫ ଡିଗ୍ରିକୁ ଖସିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା

The Statesman

ଭୁବନେଶ୍ବର : ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ଭିତରକୁ ସାମୁଦ୍ରିକ ବାୟୁ ପ୍ରବାହ ହେତୁ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ପାଇଛି। ଫଳରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବା ସହ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅନ୍ୟପ‌ଟେ ବୁଧବାର ଦିନ ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ କୋହଲା ରହିଥିଲା। ଉତ୍ତରା ସାମୁଦ୍ରିକ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାରେ ଏଭଳି ପାଗ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ଦୁଇ ଦିନ ହେଲା, କୋରାପୁଟ ସେମିଳିଗୁଡ଼ାର ତାପମାତ୍ରା ୭ଡିଗ୍ରି ତଳେ ରହୁଥିବାବେଳେ ଗତକାଲି ରାତିରେ ଦୁଇ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ୯.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସୁନ୍ଦରଗଡ଼ କିରେଇରେ ୧୦.୫, କନ୍ଧମାଳ ଜି. ଉଦୟଗିରି, ନବରଙ୍ଗପୁର ୧୧.୫, କୋରାପୁଟ ୧୧.୫, ସୁନ୍ଦରଗଡ଼ ୧୨.୫, ଝାରସୁଗୁଡ଼ା ୧୨.୮, ଫୁଲବାଣୀ ୧୩, ଦାରିଙ୍ଗବାଡ଼ି ୧୩, ସମ୍ବଲପୁର ଚିପିଲିମାରେ ୧୩.୪ ଭବାନୀପାଟଣାରେ ୧୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବର ଗତକାଲି ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା। ଫଳରେ ଶୀତ ପ୍ରକୋପ କମିଥିଲା। କଟକ ସହରରେ ୧୮.୫ ଡିଗ୍ରି ତାପମାତ୍ରା ଥିବାବେଳେ ଭୁବନେଶ୍ବର ୧୯.୪ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe