୫ ଦିନ ଜାରି ରହିବ ଥଣ୍ଡା: ମୌସୁମୀ ସମୟରେ ବର୍ଷିଲା ୧,୦୯୨ ମିମି

Advertisment

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିବ। ପରବର୍ତ୍ତୀ ୪ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିବ। ପରବର୍ତ୍ତୀ ୪ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ।

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିବ। ପରବର୍ତ୍ତୀ ୪ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ। ୩ ତାରିଖ ସକାଳ ପର୍ଯ୍ୟନ୍ତ  କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି  ଓ ନୟାଗଡ଼ରେ ହାଲୁକରୁ ମଧ୍ୟମଧରଣର କୁହୁଡି ଦୃଶ୍ୟମାନ ହେବ। ଡିସେମ୍ବରରେ ଦୁଇଟି ସ୍ପେଲ୍‌ରେ ପାଖାପାଖି ୧୦ ଦିନ ରାଜ୍ୟରେ ଶୀତ ଅନୁଭୂତ ହୋଇଥିଲା। ଜାନୁଆରିରେ ମଧ୍ୟ ଶୀତର ପ୍ରକୋପ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ପ୍ରବଳ ଶୀତ ଅନୁଭବ ହୋଇଛି। ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ ‌କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୯.୨, କିରେଇରେ ୯.୭, ସିମିଳିଗୁଡ଼ାରେ ୧୦.୧, ସୁନ୍ଦରଗଡ଼ରେ ୧୦.୭, ଫୁଲବାଣୀରେ ୧୧, କେନ୍ଦୁଝରରେ ୧୨.୪, ବାରିପଦାରେ ୧୨.୬, ସୋନପୁରରେ ୧୨.୯, ଅନୁଗୁଳରେ ୧୩, ବାଲେଶ୍ବରରେ ୧୩.୩, ବଲାଙ୍ଗୀରରେ ୧୩.୫, ହୀରାକୁଦରେ ୧୪.୧, ଯାଜପୁରରେ ୧୪.୨, ଜଗତ୍‌ସିଂହପୁରରେ ୧୪.୪,  କୋରାପୁଟରେ ୧୪.୪, ଢେଙ୍କାନାଳରେ ୧୪.୭ ଡିଗ୍ରି ରହିଥିଲା।

୨୦୨୪ରେ ୧୨ଟି ଲଘୁଚାପ, ଦୁଇଟି ବାତ୍ୟା
ମୌସୁମୀ ସମୟରେ ବର୍ଷିଲା ୧,୦୯୨ ମିମି

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ପକ୍ଷରୁ ୨୦୨୪ର ରିପୋର୍ଟ ପ୍ରକାଶ କରାଯାଇଛି। ବର୍ଷରେ ୪ଟି ସ୍ପେଲ୍‌ରେ ହିଟ୍‌ୱେଭ୍‌ ଅନୁଭୂତ ହୋଇଥିଲା। ଜୁନ୍‌ ୮ରେ ଓଡ଼ିଶାରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମୌସୁମୀ ଋତୁରେ ୧୦୯୨ ମିମି ବର୍ଷା ହୋଇଥିଲା। ମୌସୁମୀ ସମୟରେ ମୋଟ ୧୨ଟି ଲଘୁଚାପ ଏବଂ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ଯଥା ‘ଦାନା’ ଓ ‘ରେମାଲ’ ସୃଷ୍ଟି ହୋଇଥିଲା। ଜାନୁଆରି ୨୭ ଓ ଡିସେମ୍ବର ୧୭ରେ ଦୁଇଟି ସ୍ପେଲ୍‌ରେ ଥଣ୍ଡା ଅନୁଭୂତ ହୋଇଥିଲା। ୨୦୨୪ ମେ’ ୩୦ରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରି ରେକର୍ଡ କରାଯାଇଥିଲା। ଯେତେବେଳେ କି ଡିସେମ୍ବର ୧୬ ଓ ୧୭ରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରି ଥିଲା। ୨୦୨୪ରେ ମୋଟ ୧୩୭୩ ମିମି ବର୍ଷା ହୋଇଥିଲା। ସେଥିମଧ୍ୟରୁ ସେପ୍ଟେମ୍ବର ୯ରେ ମାଲକାନଗିରିରେ ସର୍ବାଧିକ ୨୫୩ ମିମି ବର୍ଷା ରେକର୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe