ଥଣ୍ଡାପାନୀୟ ଗାଡ଼ି ଓଲଟିଲା

Advertisment
ଥଣ୍ଡାପାନୀୟ ଗାଡ଼ି ଓଲଟିଲା

ବଡ଼ଚଣା : କଟକ-ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥର କଡ଼େଇଛକ ନିକଟରେ ଆଜି ଏକ ଥଣ୍ଡାପାନୀୟ ବୋଝେଇ ମିନିଟ୍ରକ୍‌ ଓଲଟି ପଡ଼ିଥିଲା। ଗାଡ଼ିର ଆଗ ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ। କଟକର ଜଗତପୁର ଠାରୁ ବାଲେଶ୍ୱର ଯାଉଥିବା ଏହି ଗାଡ଼ିର ଆଗଚକ ଫାଟିଯିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା।

ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥଣ୍ଡା ପାନୀୟ ପ୍ୟାକେଟ୍‌ ଗୁଡ଼ିକୁ ଅନ୍ୟ ଗାଡ଼ିରେ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ରାଜପଥରୁ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe