ଭୁଶୁଡ଼ିଲା ବିଦ୍ୟାଳୟ କୋଠା: ବର୍ତ୍ତିଗଲେ ପିଲା

ଭୁଶୁଡ଼ିଲା ବିଦ୍ୟାଳୟ କୋଠା: ବର୍ତ୍ତିଗଲେ ପିଲା

ବାଲିଗୁଡା: ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ ସହ କୋଠା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଛାତଟି ପିଲର୍ ସହ ଭୁଶୁଡ଼ି ତ‌ଳେ ପଡ଼ିଯାଇଥିଲା। ତେବେ ବିଦ୍ୟାଳୟ ଖୋଲିବା ସମୟ ହୋଇ ନଥିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ଏପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଚାଲିଥିବାରୁ ଛାତ୍ରଛାତ୍ରୀ ଏତେବଡ଼ ବିପତ୍ତିରୁ ବର୍ତ୍ତିଯାଇଛନ୍ତି।

ଏନେଇ ପ୍ରଧାନଶିକ୍ଷକ ପ୍ରଶାନ୍ତ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ କୋଠା ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ବାଲିଗୁଡ଼ା ବିଇଓ ମହେଶ୍ବର ମାଝୀ କହିଛନ୍ତି, ବିଦ୍ୟାଳୟ କୋଠା ଭୁଶୁଡ଼ିବା ବିଷୟରେ ସୂଚନା ମିଳିଛି। ତେବେ କୋଠାର ମରାମତି ନଚେତ୍ ନୂଆ କୋଠା ନିର୍ମାଣ ପାଇଁ ବିଡିଓଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କେହି ଏହାକୁ ଗୁରୁତ୍ବ ଦେଲେ ନାହିଁ। ୩୦ ବର୍ଷରୁ ଅଧିକ ଏହି ପୁରୁଣା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe