ଯଶୁଆପୁର ବିକାଶ ପରିଷଦରୁ ୨୪ ୟୁନିଟ ରକ୍ତ ସଂଗ୍ରହ

Advertisment
ଯଶୁଆପୁର ବିକାଶ ପରିଷଦରୁ ୨୪ ୟୁନିଟ ରକ୍ତ ସଂଗ୍ରହ

ବାଲିଅନ୍ତା: ଆମ ଓଡ଼ିଶା ଓ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ସ୍କୁଲ ପରିସର ବାତ୍ୟା ଆଶ୍ରୟସ୍ଥଳୀରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ମୋଟ ୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଏବଂ ବିକାଶ ପରିଷଦର ପ୍ରତିଷ୍ଠାତା ତଥା ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରରେ ସେମାନେ ରକ୍ତଦାନ କରିବା ପାଇଁ ଯୁବବର୍ଗ ଏବଂ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ବ୍ଲଡ ବ୍ୟାଙ୍କ ଓ ଆମ ଓଡ଼ିଶା ପ୍ରଦତ୍ତ ପ୍ରମାଣପତ୍ର ରକ୍ତଦାତାମାନଙ୍କୁ ପ୍ରଦାନ କରିଥିଲେ। ଖୋର୍ଧା ଜିଲ୍ଲା ବ୍ଲଡ ବ୍ୟାଙ୍କ ଟିମ୍‌ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ପ୍ରଦୀପ କୁମାର ସ୍ବାଇଁ ଏବଂ ରଶ୍ମିରଞ୍ଜନ ମହାପାତ୍ର ଓ ପ୍ରଧାନ ଶିକ୍ଷକ ତପନ କୁମାର ମେକାପ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe