୧୩ରୁ ଡାଲି ଓ ତୈଳବୀଜ ସଂଗ୍ରହ, ମୂଲ୍ୟ ସହାୟକ ଲାଭ ଚାଷୀମାନଙ୍କୁ ପାଖରେ ପହଞ୍ଚାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Advertisment
୧୩ରୁ ଡାଲି ଓ ତୈଳବୀଜ ସଂଗ୍ରହ, ମୂଲ୍ୟ ସହାୟକ ଲାଭ ଚାଷୀମାନଙ୍କୁ ପାଖରେ ପହଞ୍ଚାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

World Grain

ଭୁବନେଶ୍ବର: ୨୦୨୦-୨୧ ରବିଋତୁ ପାଇଁ ପଞ୍ଚୀକୃତ ଚାଷୀମାନଙ୍କ ଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ମାର୍କଫେଡ୍‌ ଜରିଆରେ ଏହି ସଂଗ୍ରହ କାର୍ଯ୍ୟ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମୂଲ୍ୟ ସହାୟକ ଯୋଜନା (ପ୍ରାଇସ ସପୋର୍ଟ ସିଷ୍ଟମ୍‌)ର ଲାଭ ଯେପରି ସିଧାସଳଖ ଚାଷୀମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ରବି ଋତୁରେ ରାଜ୍ୟରେ ମେଟ୍ରିକ୍‌ ଟନ୍‌ ମୁଗ, ୭୦୦ ମେଟ୍ରିକ୍‌ ଟନ୍‌ ବିରି, ୭୭୭୫ ମେଟ୍ରିକ୍‌ ଟନ୍‌ ଚିନାବାଦାମ ଓ ୬୭୫ ମେଟ୍ରିକ୍‌ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ ନେଇ ଜିଲ୍ଲାପାଳମାନଙ୍କୁ ସମବାୟ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି। ଚାଷୀମାନଙ୍କୁ ଚିହ୍ନଟ କରିବା ପାଇଁ ଆଧାର କାର୍ଡ଼ କିମ୍ବା ଅନ୍ୟ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଉତ୍ପାଦନକୁ ଦୃଷ୍ଟିରେ ରଖି ଏକର ପିଛା ୨ କ୍ବିଣ୍ଟାଲ ମୁଗ, ବିରି ଓ ଏକର ପିଛା ୬ କ୍ବିଣ୍ଟାଲ ଚିନାବାଦାମ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି। ଚାଷୀମାନଙ୍କ ଅବଗତି ନିମନ୍ତେ ଡାଲି ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ବିଷୟରେ ବ୍ୟାପକ ପ୍ରଚାର ଉପରେ ଗୁରୁତ୍ବ ଦିଆଯାଇଛି। ସଂଗ୍ରହ ବାବଦ ଅର୍ଥ ମାର୍କଫେଡ ଜରିଆରେ ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ହସ୍ତାନ୍ତର କରାଯିବ।

କେନ୍ଦ୍ର ସରକାରଙ୍କ ଦ୍ବାରା ଏ ମାନର ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୭୧୯୬ ଟଙ୍କା, ବିରି କ୍ବିଣ୍ଟାଲ ପିଛା ୫୨୭୫ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ବିଣ୍ଟାଲ ପିଛା ୫୮୮୫ ଟଙ୍କା ସ୍ଥିର କରାଯାଇଛି। ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପ୍‌ସ୍‌ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ନାମ ପଞ୍ଜୀକରଣ କରିଥିବା ଚାଷୀମାନଙ୍କଠାରୁ ଏହିସବୁ ତୈଳବୀଜ ସଂଗ୍ରହ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂଗ୍ରହ କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ନିୟମ ଯେପରି କଡ଼ାକଡ଼ି ଅନୁପାଳନ ହେବ, ସେଥିପାଇଁ କଡ଼ା ଦୃଷ୍ଟି ଦେବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଧିକାରୀମାନଙ୍କୁ ତାଗିଦ୍‌ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe