ଧାନ ନେଇ ଚାଉଳ ଫେରାଉ ନାହାନ୍ତି, ୧୦ ମିଲର୍‌ଙ୍କୁ ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

Advertisment
ମଣ୍ଡି ଖୋଲିବା ପୂର୍ବରୁ ମିଲରଙ୍କ ଗୋଦାମ ଭର୍ତ୍ତି

Odisha News Insight

ବ୍ରହ୍ମପୁର : ଧାନ ନେଇ ଚାଉଳ ଦେଉ ନାହାନ୍ତି ମିଲର୍‌। ବର୍ଷ ନୁହେଁ ଦୁଇବର୍ଷ ନୁହେଁ ଫାଇଲିନ୍‌ ସମୟରେ ୨୦୧୨-୧୩ ଆର୍ଥିକ ବର୍ଷରୁ ସମ୍ପୃକ୍ତ ମିଲର୍‌ଙ୍କ ନାମରେ ବକେୟା ଟଙ୍କା ଗଡ଼ି ଆସୁଛି। ବାରମ୍ବାର ନୋଟିସ୍‌ ପରେ ସେମାନେ ଚାଉଳ ଫେରାଉ ନାହାନ୍ତି କି, ଧାନ ବାବଦ ଟଙ୍କା ଜମା କରୁନାହାନ୍ତି। ଏଣୁ ଜିଲ୍ଲା ପ୍ରଶାସନ ତରଫରୁ ଏଥର କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି। ଏଭଳି ଖିଲାପକାରୀ ମିଲର୍‌ଙ୍କ ନାମରେ ଓପିଡିଆର୍‌ ଆକ୍ଟ୍‌ ଅନୁସାରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପି.ମୁଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ମିଲର୍‌ଙ୍କ ସମ୍ପତ୍ତି ତାଲିକା ଆବଶ୍ୟକ। ଏଣୁ ଖିଲାପକାରୀ ମିଲର୍‌ଙ୍କ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଜାରି କରିଛନ୍ତି। ଏଭଳି ବିଭିନ୍ନ ବ୍ଲକ୍‌ର ୧୦ଜଣ ମିଲର୍‌ଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଜାରି କରାଯାଇଛି। ସେହିପରି ସମ୍ପୃକ୍ତ ବ୍ଲକ୍‌ର ତହସିଲଦାରମାନଙ୍କୁ ମଧ୍ୟ ଜିଲ୍ଲାପାଳ ଚିଠି ଜାରି କରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ତାଲିକା ଦାଖଲ ପରେ ସେଥିରୁ ସରକାରୀ କ୍ଷତିଭରଣା କରାଯିବ ବୋଲି ନିୟମ ରହିଛି। ପ୍ରତ୍ୟେକ ମିଲର୍‌ଙ୍କ ଉପରେ ଲକ୍ଷାଧିକ ଟଙ୍କା ବକେୟା ପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe