ଅନାହାରରେ ୮୦୦ ଗୋରୁ ପ୍ରସଙ୍ଗ: ସାତଭାୟାରେ ସ୍ଥିତି ପରଖିଲେ ଜିଲ୍ଲାପାଳ

Advertisment

ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ଗୋରୁଗାଈଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ୮୦୦ରୁ ଅଧିକ ଗୋରୁଗାଈ ଅନାହାରରେ ଅଛନ୍ତି। ପିଇବାକୁ ପାଣି ଟୋପେ ମଧ୍ୟ ପାଉ ନାହାନ୍ତି। ବାତ୍ୟା ‘ଦାନା’ ପରେ ଏହି ଗୋରୁଙ୍କୁ ଦାନା ମିଳୁନି।

ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ଗୋରୁଗାଈଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ୮୦୦ରୁ ଅଧିକ ଗୋରୁଗାଈ ଅନାହାରରେ ଅଛନ୍ତି। ପିଇବାକୁ ପାଣି ଟୋପେ ମଧ୍ୟ ପାଉ ନାହାନ୍ତି। ବାତ୍ୟା ‘ଦାନା’ ପରେ ଏହି ଗୋରୁଙ୍କୁ ଦାନା ମିଳୁନି।

gjgdjgjgd

ରାଜନଗର: ବଙ୍ଗୋପସାଗର କୂଳ ସାତଭାୟାର ପୁରୁଣା ଜନବସତି ଅଞ୍ଚଳରେ ଗୋରୁଗାଈଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ ଦେଖାଦେଇଛି। ୮୦୦ରୁ ଅଧିକ ଗୋରୁଗାଈ ଅନାହାରରେ ଅଛନ୍ତି। ପିଇବାକୁ ପାଣି ଟୋପେ ମଧ୍ୟ ପାଉ ନାହାନ୍ତି। ବାତ୍ୟା ‘ଦାନା’ ପରେ ଏହି ଗୋରୁଙ୍କୁ ଦାନା ମିଳୁନି। ‘ସମ୍ବାଦ’ରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଆଜି ସନ୍ଧ୍ୟାରେ କେନ୍ଦ୍ରପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଏଡିଏମ୍‌ ନିଲୁ ମହାପାତ୍ରଙ୍କ ସହିତ କୃଷି, ପ୍ରାଣୀ ଚିକିତ୍ସା ଓ ବନ ବିଭାଗର ଅଧିକାରୀ ସାତଭାୟା ଯାଇଥିଲେ। ବାଉଁଶଗଡ଼ି ନଦୀ ପାର ହୋଇ ମୋଟରସାଇକେଲ ଯୋଗେ ସାତଭାୟାରେ ପହଞ୍ଚିଥିଲେ। ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଓ ଜୁଆର ଥିବାରୁ ଅନାହାରରେ ଥିବା ଗୋରୁଙ୍କ ନିକଟରେ ପହଞ୍ଚି ପାରି ନଥିଲେ। ମାତ୍ର ପୁରୁଣା ସାତଭାୟାରେ ଲୁଣି ପାଣି ମାଡ଼ି ଯାଇଥିବା ଓ ଗୋରୁଗାଈଙ୍କ ଖାଦ୍ୟାଭାବ ପ୍ରସଙ୍ଗରେ ତଦନ୍ତ କରି ଫେରିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ‘ଦାନ’ରେ ରାଜନଗର ବ୍ଲକ୍‌ରେ ଗୋଟିଏ ବି ଗୋରୁ ମରି ନଥିବା ନେଇ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେଇଥିବା ବେଳେ କେବଳ ସାତଭାୟାରେ ୫୦ ରୁ ଅଧିକ ଗୋରୁ ମରିଥିବା ଲେଶକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। 

ସାତଭାୟାର ପ୍ରଫୁଲ୍ଲ ଲେଙ୍କାଙ୍କ ୩ ଟି ଗାଈ, ଗୋଟିଏ ବଳଦ, ଗୋଟିଏ ବାଛୁରୀ, ୫ଟି ମଇଁଷି, ୧୩ ଛେଳି, ବୈଲୋଚନ ବେହେରାଙ୍କ ଦୁଇଟି ଗାଈ, ଗୋଟିଏ ବାଛୁରୀ ଓ ୧୨ଟି ଛେଳି ଏବଂ ତ୍ରିଲୋଚନ ବେହେରାଙ୍କର ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ମରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାଣୀଧନ ବିଭାଗ ଟିମ୍‌ ସାତଭାୟାରେ ପହଞ୍ଚି ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବଙ୍ଗୋପସାଗର ମୁହଁରେ ଥିବା ସାତଭାୟାବାସୀଙ୍କୁ ବାଉଁଶଗଡ଼ ନଦୀ ଏପଟେ ବଗପାଟିଆରେ ଥଇଥାନ କରାଯାଇଥିଲେ ମଧ୍ୟ ସେମାନଙ୍କ ଜୀବିକା ପାଇଁ ଜମି ଯୋଗାଇ ଦିଆଯାଇ ନାହିଁ। ସାତଭାୟାବାସୀ ବଗପାଟିଆ ଥଇଥାନସ୍ଥଳରେ ରହୁଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଗାଈଗୋରୁ ସାତଭାୟାରେ ଚରୁଥିଲେ। ଏବେ ସେଠାରେ ଗୋରୁଙ୍କ ପାଇଁ ଖାଦ୍ୟ ଓ ପାଣିର ଉତ୍କଟ ଅଭାବ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe