ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ: ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

Advertisment
ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ: ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଭଦ୍ରକ: ଆଜିଠାରୁ ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ  ହୋଇଛି।  ଏହି ପ୍ରକ୍ରିୟା ୧୪ ତାରିଖରେ ଶେଷ ହେବ। ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୧୭ ହେଉଛି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ। ୧୮ ତାରିଖରେ ଚୂଡାନ୍ତ ତାଲିକା  ପ୍ରକାଶ ପାଇବ।।

ନଭେମ୍ବର ୩ ତାରିଖରେ ଭୋଟ ହେବ ଏବଂ ୬ରେ ଗଣତି କରାଯାଇ ଫଳାଫଳ ଘୋଷିତ ହେବ। ୮ ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜିଲାପାଳ ସିଦ୍ଧେଶ୍ୱର ବଳି ରାମ ବନ୍ଦେରୋ ପ୍ରକାଶ କରିଛନ୍ତି।

publive-image

ଭଦ୍ରକ ବ୍ଲକ୍ ପରିସରରେ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତିହିଡ଼ି ତହସିଲଦାରଙ୍କୁ ରିଟର୍ଣିଂ ଅଫିସର ଭାବେ ଦାୟିତ୍ଵ ଦିଆଯାଇଛି। ଆଜି ଦିନ ୧୧ଟାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି।  ଅପରାହ୍ନ  ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆଜି ଜିଲ୍ଲାପାଳ ଭଦ୍ରକ ବ୍ଲକ୍ ପରିସରକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ,  ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ ବୋଲି ପୂର୍ବରୁ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଥିଲେ। ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe