ଗଞ୍ଜାମରେ କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ କହିଲେ ଜିଲ୍ଲାପାଳ

ଗଞ୍ଜାମରେ କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ କହିଲେ ଜିଲ୍ଲାପାଳ

ଗଞ୍ଜାମ: ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ପରେ ପ୍ରଥମେ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ ରହିଥିବା ବେଳେ ଏହା ଓଡ଼ିଶାର ହଟସ୍ପଟ ଜିଲ୍ଲା ପାଲଟିଥିଲା। ତେବେ ମାସ ପରେ ମାସ ବିତିବ‌ା ସହ କରୋନା ପ୍ରଟୋକଲକୁ ଅନୁସରଣ କରାଯିବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ଖୁବ କମ ରହିଛି। ଆଜି ଗଞ୍ଜାମ ଜିଲ୍ଲାରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୨୧ ରହିଛି।

publive-image

ତେବେ ଆଗକୁ ଥଣ୍ଡା ଅଧିକ ବଢ଼ିବା ସହ କରୋନାର ଦ୍ବିତୀୟ ଲହର ଆରମ୍ଭ ହେବାର ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମବାସୀଙ୍କୁ ସଚେତନ କରାଇଛନ୍ତି। ସର୍ବପ୍ରଥମେ ସେ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କୁ କୋଭିଡ ନିୟମ ଅନୁସରଣ କରି ବାହାରକୁ ବାହାରିବା ପାଇଁ କହିଛନ୍ତି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ପାଇଁ କହିବା ସହ ଦୀପାବଳିରେ ରାଜ୍ୟ ସରକାର ଲାଗୁ କରିଥିବା ନିୟମକୁ ମାନିବାକୁ କହିଛନ୍ତି। ଏହା ସହ ଦୀପାବଳିରେ ଘରକୁ କୌଣସି ସଂପର୍କୀୟଙ୍କୁ ନଡାକିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ କହିଛନ୍ତି ଜିଲ୍ଲାପାଳ। ଅନ୍ୟ ରାଜ୍ୟମାନଙ୍କରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇସାରିଥିବା ବେଳେ ଗଞ୍ଜାମରେ ଏହାକୁ ରୋକିବା ପାଇଁ ଜିଲ୍ଲାପାଳ ଲୋକଙ୍କୁ ସଚେତନ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe