ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ଦୁର୍ବୃତ୍ତ

Advertisment
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ଦୁର୍ବୃତ୍ତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇଟି ଗେଟ୍‌ରେ ଆଜି ଦିନଦ୍ବିପ୍ରହର ସମୟରେ କେହି ଜଣେ ଦୁର୍ବୃତ୍ତ ତାଲା ପକାଇ ପଳାଇଯାଇଥିଲା। କିଛି ସମୟ ଧରି କାର୍ଯ୍ୟାଳୟ ବନ୍ଦ ରହିବା ପରେ ଶେଷରେ ଗେଟ୍‌ର ତାଲାକୁ ଭଙ୍ଗାଯାଇଥିଲା। ସୂଚନା ମୁତାବକ, କେହି ଜଣେ ଦୁର୍ବୃତ୍ତ ଦିନ ସାଢ଼େ ୨ଟା ସମୟରେ ପ୍ରଥମେ କଚେରି ନିକଟସ୍ଥ ଗେଟ୍‌ରେ ତାଲା ପକାଇ ଦେଇଥିଲା। ପରେ ପୁଣି ମୁଖ୍ୟ ଗେଟ୍‌ରେ ତାଲା ପକାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ କିଛି କରିବା ଆଗରୁ ଦୁର୍ବୃତ୍ତ ଜଣକ ସେଠାରୁ ପଳାଇ ଯାଇଥିଲା।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଥିବାରୁ ଏହି ସମୟ ପାଖାପାଖି ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟାଳୟ ପରିସରରେ ଥିଲେ। କିଛି ଅଧିକାରୀ ଗୋଟିଏ ଗେଟ୍‌ ବନ୍ଦ ଥିବା ଦେଖି ଅନ୍ୟ ଏକ ଗେଟ୍‌କୁ ଆସିଥିଲେ। ସେଠା‌ରେ ବି ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଘଟଣା ସଂପର୍କରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଏହି ସମୟରେ ଜିଲ୍ଲାପାଳ ଦତ୍ତା‌ତ୍ରୟ ଭାଉସାହେବ ଶିନ୍ଦେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ପହଞ୍ଚିବା ବେଳକୁ ଗେଟ୍‌ରେ ତାଲା ଭଙ୍ଗା ସରିଥିଲା। ଘଟଣା ସଂପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନିକଟସ୍ଥ ବିଭିନ୍ନ ଦୋକାନୀଙ୍କୁ ପଚାରି ବୁଝିବା ସହିତ ସିସି କ୍ୟାମେରା ଯାଞ୍ଚ୍‌ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe