ଭୁବନେଶ୍ୱର : ରାଜ୍ୟର ଯେ କୌଣସି ସ୍ଥାନରେ ଘରୋଇ ହେଲିକପ୍ଟର ଅବତରଣ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି। ବିନା ଜିଲ୍ଲାପାଳଙ୍କ ଅନୁମତିରେ କୌଣସି ଘରୋଇ ହେଲିକପ୍ଟର ଆଉ କୌଣସି ସ୍ଥାନରେ ଅବତରଣ କରିପାରିବ ନାହିଁ। ଯଦି ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ ହେଲିକପ୍ଟର ଅବତରଣ କରିଥିବ ତେବେ ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରାଜ୍ୟରେ କୌଣସି ଏୟାର ସେଫ୍ଟି ଗାଇଡଲାଇନ୍ ନଥିବାରୁ ସରକାର ଡିଜିସିଏ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଘରୋଇ ହେଲିକପ୍ଟର ଅବତରଣ ପାଇଁ ଜିଲ୍ଲାପାଳଙ୍କ ଅନୁମତି ବାଧ୍ୟତାମୂଳକ
Advertisment
Follow Us