ଖଡ଼ିଆଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

Advertisment
ଖଡ଼ିଆଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାପାଳ ଖଡ଼ିଆଳ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ସ୍ବଧାଦେବ ସିଂ ପ୍ରଥମେ ଶୁକ୍ରବାର ଖଡ଼ିଆଳ ବ୍ଲକ୍‌ ରାଣୀମୁଣ୍ଡା ପଞ୍ଚାୟତର ଉପାନ୍ତ ଅଞ୍ଚଳ ସମାଡ଼ପଦର ପରିଦର୍ଶନ କରିଥିଲେ। ସମାଡ଼ପଦର ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍‌ ରାସ୍ତା ହୋଇନଥିବାରୁ ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ସୁନାରିସିକୁଆ ଗ୍ରାମପଞ୍ଚାୟତକୁ ଯାଇ ୩୫ ଲକ୍ଷ ଟଙ୍କାରେ ତିଆରି ହେଉଥିବା ପଞ୍ଚାୟତ ଅଫିସ ଗୃହ କାର୍ଯ୍ୟ ତଦାରଖ କରିଥିଲେ। ପରେ ରିଷିଗାଁ ପଞ୍ଚାୟତ ପରିଦର୍ଶନରେ ଯାଇ ୨୦ ଲକ୍ଷ ଟଙ୍କାରେ ତିଆରି ହେଉଥିବା ଭାଲୁବନ୍ଧ ଉନ୍ନତୀକରଣ ଆଦର୍ଶ ପୋଖରୀ ପରିଦର୍ଶନ କରି ହେଉଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଡିପିଓ ନୂଆପଡ଼ା ବିବେକାନନ୍ଦ ମହାନନ୍ଦ, ଖଡ଼ିଆଳ ବିଡିଓ ନାରାୟଣ ଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ, ପ୍ରଶାନ୍ତ ସାହୁ, ବିଜୟ ମିଶ୍ର ଓ ଆର୍‌ଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ, ରାଣୀମୁଣ୍ଡା ଇଓ ଭୀଷ୍ମରାଜ ମେହେର, ରିଷିଗାଁ ସରପଞ୍ଚ ମାଲ୍ୟାବନ୍ତ ସୁନାଙ୍କ ସମେତ ବ୍ଲକ୍‌ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe