ବରଗଡ଼ ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କୁ ରିପୋର୍ଟ ଦେଳେ ଜିଲ୍ଲାପାଳ

Advertisment
ବରଗଡ଼ ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କୁ ରିପୋର୍ଟ ଦେଳେ ଜିଲ୍ଲାପାଳ

ଭୁବନେଶ୍ୱର: ବରଗଡ଼ର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣା ନେଇ ଆଜି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତିନିଜଣିଆ କମତିଟିର ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ଏହି ରିପୋର୍ଟ ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଗତ ୩୧ ତାରିଖ ଦିନ ବରଗଡ଼ ବ୍ଲକ କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେବା ସହିତ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ। ଏହି ଘଟରା ନେଇ ରାଜ୍ୟ ସରକାରଙ୍କ ଚାଷଈ, ରାଜଦେନତକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ସମାଲୋଚନା କରିଥିବା ବେଳେ ଧାନ କ୍ଷେତ୍ର ପୋଡ଼ି ଦେବା ଯାହା ଶ୍ରୀ ସାହୁ ଆରମ୍ଭ କରିଥିଲେ ତାହା ଏବେ ଏକ ଧାରାରେ ପରିଣତ ହୋଇଛି। କ୍ରପ୍‌ କଟିଂ ରିପାର୍ଟ ଆସି ନ ଥିବାରୁ ନିଜ ଧାନ କ୍ଷେତରେ ନିଆଁ ନ ଲଗାଇବାକୁ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଅନୁରୋଧ କରିବା ସତ୍ତ୍ୱେ ପ୍ରତିଦିନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତ ପୋଡ଼ା ଯାଉଥିବା ରିପୋର୍ଟ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe