କେଗାଁ: କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୫-ଟି ଯୋଜନାରେ ରୂପାନ୍ତରଣ ସ୍କୁଲ ଗୁଡ଼ିକର ଯଥାଶୀଘ୍ର କାମ ସାରିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଜୁନ ୬ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଥିବା ସମସ୍ତ ସ୍କୁଲର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏଣୁ ଜିଲ୍ଲାପାଳ ସମସ୍ତ ସ୍କୁଲ୍ ପରିଦର୍ଶନ କରି କାର୍ଯ୍ୟ ଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ସ୍କୁଲଗୁଡ଼ିକ ଚକଚକିଆ କରାଯାଉଛି, ହେଲେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବଂ ମହାଲିଙ୍ଗ ଖେଳପଡ଼ିଆ କାମ ଆଜକୁ ଆଠ ମାସ ବନ୍ଦ ପଡ଼ିଥିବା ନେଇ ମହାଲିଙ୍ଗ ଗାଁ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଗୋଲାମୁଣ୍ଡା ବିଡିଓ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us