କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବିଜୟ ମାରାଣ୍ଡିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣ, ଏସ୍ଡିପିଓ ଧୀରଜ ଚୋପଦାର, କଲମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମୋତୀ ବିହାରୀ, ତହସିଲଦାର ରୁଦ୍ରମୋହନ ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବିଧାୟକ ପ୍ରତିନିଧି ସଦା ଚନ୍ଦନଙ୍କ ସମେତ ଜିଲ୍ଲା ଏବଂ ବ୍ଲକ୍ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଶିବିରରେ ମୋଟ ୯୩ ଜଣ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ସରକାରୀ ଅଧିକାରୀଙ୍କ ସହ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ। ଜିପିଓ କରୁଣାକର ବାଗ, ପିଏ ଲଖମଣ ହରିଜନଙ୍କ ବ୍ଲକ୍ର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Follow Us