ବଲାଙ୍ଗୀର : ବଲାଙ୍ଗୀରରେ ଚିକିତ୍ସା ଅବହେଳା ନେଇ ବାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା। ସେ ନିଜେ ରବିବାର ଦିନ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇ ଆଇସୋଲେସନ ୱାର୍ଡ ବୁଲିବା ସହ ଆଇସିୟୁକୁ ଯାଇ ସବୁ ପ୍ରକାର ଅନୁଧ୍ୟାନ କରିଥିଲେ। କେତେ ସଂଖ୍ୟକ ଷ୍ଟାଫ ଅଛନ୍ତି ତାହା ବୁଝିବା ସହ ଆଉ କେତେ କର୍ମଚାରୀ ଦରକାର ତାହା ପଚାରିଥିଲେ। ତୁରନ୍ତ ନୂଆ ୮ ଜଣଙ୍କୁ ଆଇସିୟୁରେ ଅକ୍ସିଜେନ ପରିଚାଳନା ପାଇଁ ନିଯୁକ୍ତ କରାଯାଇଥିଲା।
ସେହିପରି ଜିଲ୍ଲାପାଳ ରୋଗୀ ସଂପର୍କୀୟମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ସମସ୍ୟା ବୁଝିବା ସହ ଚିକିତ୍ସା ବ୍ୟବସ୍ଥାରେ ସମସ୍ତଙ୍କ ସହାୟତା ସେ ଲୋଡ଼ିଥିଲେ। ଜିଲ୍ଲାପାଳଙ୍କ ଏଭଳି ଗ୍ରାଉଣ୍ଡ ଜିରୋକୁ ଯାଇ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Follow Us