ଆନନ୍ଦପୁର କଲେଜ ଅଧ୍ୟାପକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଅଭିଯୋଗକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ

Advertisment
ଆନନ୍ଦପୁର କଲେଜ ଅଧ୍ୟାପକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଅଭିଯୋଗକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ

Facebook

ଆନନ୍ଦପୁର : ଆନନ୍ଦପୁର କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଦିଲ୍ଲୀପ କୁମାର ଦାସଙ୍କ ବିରୋଧରେ ଆସିଥିବା ସଂଗିନ ଅଭିଯୋଗ ଉପରେ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧ୍ୟାପକ ଶ୍ରୀଦାସ କଲେଜରେ ବିଭିନ୍ନ ଅନୈତିିକ କାର୍ଯ୍ୟରେ ଲିପ୍ତ ରହିଥିବା, ମହିଳା ସହକର୍ମୀ ଏବଂ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଭଳି ସଙ୍ଗିନ୍‌ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀଦାସଙ୍କ କାର୍ଯ୍ୟକଳାପ ସଂପର୍କିତ ଅଭିଯୋଗ ଗତ କିଛିଦିନ ହେଲା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏ ସଂପର୍କରେ ରାଜ୍ୟପାଳଙ୍କୁ ସ୍ଥାନୀୟ ‌ଅଞ୍ଚଳର କେହି ବ୍ୟକ୍ତି ବିନା ନାମରେ ପତ୍ର ଲେଖିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ କୁହାଯାଇଥିଲା। ଫଳରେ ଅଭିଯୋଗର ସତ୍ୟତା ଜାଣିବା ପାଇଁ କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଏକସପ୍ତାହ ଧରି ସୋସିଆଲ ମିଡ଼ିଆରେ ଏହି ଅଭିଯୋଗପତ୍ର ଘୂରି ବୁଲିବା ପରେ ଆଜି କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ଏଭଳି ଅଭିଯୋଗର ପ୍ରତିବାଦ ଜଣାଇଥିଲେ। ଆନନ୍ଦପୁରର ଏହି ସର୍ବପୁରାତନ ଅନୁଷ୍ଠାନର ସମ୍ମାନ ଓ ଗୌରବକୁ କିଛି ନ୍ୟସ୍ତ ସ୍ବାର୍ଥବ୍ୟକ୍ତି ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। ଏଭଳି ମନଗଢା ଖବରରେ ପ୍ରଭାବିତ ନହେବାକୁ କଲେଜ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe