ବଦଳି ପାଇଁ କଲେଜ ଅଧ୍ୟକ୍ଷଙ୍କ ଗୁଣିଗାରେଡ଼ି: କଲେଜ ଗେଟ୍‌ ଆଗରେ ପୋତିଲେ ଗୁଆ, ପଇସା

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ସ୍ଥିତ ସହିଦ୍‌ ମେମୋରିଆଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିଜର ବଦଳି ପାଇଁ ଗୁଣିଗାରେଡ଼ିକୁ ଭରସା କରିଛନ୍ତି। ୟୁଟ୍ୟୁବ୍‌ ଦେଖି ସେ କଲେଜ ଗେଟ୍‌ ଆଗରେ ଗୁଆ ଓ ପଇସା ପୋତିଥିବା ଜଣାପଡ଼ିଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ସ୍ଥିତ ସହିଦ୍‌ ମେମୋରିଆଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିଜର ବଦଳି ପାଇଁ ଗୁଣିଗାରେଡ଼ିକୁ ଭରସା କରିଛନ୍ତି। ୟୁଟ୍ୟୁବ୍‌ ଦେଖି ସେ କଲେଜ ଗେଟ୍‌ ଆଗରେ ଗୁଆ ଓ ପଇସା ପୋତିଥିବା ଜଣାପଡ଼ିଛି।

black magic

ବାସୁଦେବପୁର/ଇରମ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ସ୍ଥିତ ସହିଦ୍‌ ମେମୋରିଆଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିଜର ବଦଳି ପାଇଁ ଗୁଣିଗାରେଡ଼ିକୁ ଭରସା କରିଛନ୍ତି। ୟୁଟ୍ୟୁବ୍‌ ଦେଖି ସେ କଲେଜ ଗେଟ୍‌ ଆଗରେ ଗୁଆ ଓ ପଇସା ପୋତିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସହିଦ୍‌ ମେମୋରିଆଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭୋଳାନାଥ ବାରିକ ଏଠାରୁ ଅନ୍ୟତ୍ର ବଦଳି ହେବା ପାଇଁ ଚାହୁଥିଲେ। ବଦଳି ପାଇଁ ସେ ସବୁପ୍ରକାର ଚେଷ୍ଟାକରି ବିଫଳ ହେବାପରେ ୟୁଟ୍ୟୁବ୍‌ର ସହାୟତା ନେଇଥିଲେ। ଗୁଣିଗାରେଡ଼ି କଲେ ତାଙ୍କର ବଦଳି ହୋଇଯିବ ବୋଲି ସେ ବିଶ୍ବାସ କରିଥିଲେ। ସେହି ଅନୁଯାୟୀ ଅଧ୍ୟକ୍ଷ ଶ୍ରୀ ବାରିକ ଓ ତାଙ୍କ ପତ୍ନୀ ତଥା କଲେଜର କର୍ମଚାରୀ ରଶ୍ମିବାଳା ବାରିକ ଗତ ୧୬ ତାରିଖରେ ଆସି କଲେଜ ଗେଟ୍‌ ନିକଟରେ ଏକ ଗର୍ତ୍ତ ଖୋଳି ସେଥିରେ ଗୁଆ, ପଇସା, ଲେମ୍ବୁ ଓ ଫୁଲ ଆଦି ପୋତିଥିଲେ। ଏହା କଲେଜ ସିସିଟିଭିରେ କଏଦ ହୋଇଥିଲା।

କଲେଜ ଗେଟ୍‌ ଆଗରେ ପୋତିଲେ ଗୁଆ, ପଇସା
ୟୁଟ୍ୟୁବ୍‌ ଦେଖି ଏଭଳି କରିଥିବା ସ୍ବୀକାର କଲେ ଅଧ୍ୟକ୍ଷ

ଏହା ପରଦିନ କେତେକ କର୍ମଚାରୀ କଲେଜକୁ ଯିବାବେଳେ ଉକ୍ତ ଗର୍ତ୍ତ ନିକଟରେ ଅଚେତ ହୋଇ ପଡ଼ିଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କଲେଜର ଡାଟା ଏଣ୍ଟ୍ରି ଅପରେଟର୍‌ ନିତ୍ୟାନନ୍ଦ ବିଶ୍ବାଳ ଏହି ଗେଟ୍‌ ନିକଟରେ ଚିତ୍କାର କରିବା ସହ ଅଚେତ ହୋଇଯାଇଥି‌ଲେ। ଏହା ଦେଖି ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ। ଏହି ଘଟଣାକୁ ନେଇ କଲେଜରେ ଭୟର ବାତାବରଣ ଖେଳିଯାଇଥିଲା। ଏ ନେଇ କଲେଜ ଅଧ୍ୟକ୍ଷ ଶ୍ରୀ ବାରିକ ୟୁଟ୍ୟୁବ୍‌ ଦେଖି ଗୁଣିଗାରେଡ଼ିକୁ ଆପଣାଇଥିବା ସ୍ବୀକାର କରିଛନ୍ତି। ଏହି କଲେଜରୁ ବଦଳି ହୋଇଯିବା ପାଇଁ ଚାହୁଥିଲେ। ୟୁଟ୍ୟୁବ୍‌ରୁ ଶିଖି ଏଭଳି କରିଥିଲେ ବୋଲି ପ୍ରକାଶ କରିଛନ୍ତି। ତେବେ କର୍ମଚାରୀ ଅଚେତ ହୋଇପଡ଼ିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୂଚନାଯୋଗ୍ୟ ଯେ ବହୁଦିନ ଧରି କଲେଜ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ଗଠନକୁ ନେଇ ବିବାଦ ରହିଥିବା ବେଳେ ପୁଣି ଗୁଣିଗାରେଡ଼ି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe