ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି।
ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ଛାତ୍ରୀଜଣକ ତାଳପଦା ସ୍ଥିତ ମାଣିକଲାଲ ମହିଳା କଲେଜରେ ପଢୁଥିଲେ। କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ତାଙ୍କୁ ଧକ୍କା ଦେଇଥିଲା ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କାରକୁ ଭଙ୍ଗାରୁଜା କରିଛନ୍ତି। ପରେ ପୁଲିସ ପହଞ୍ଚି କାରକୁ ଅଟକ ରଖିବା ସହ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।
Follow Us