photo by : livingindianews.co.in
ପାରାଦୀପ : ଯୁକ୍ତ ଦୁଇ ପରୀକ୍ଷାରେ ଫେଲ୍ ହେବାରୁ ମାନସିକ ଚାପଗ୍ରସ୍ତ ହୋଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଛାତ୍ରୀ ହେଲେ, ପାରାଦୀପର ବୃନ୍ଦାବନ କଲୋନିରେ ରହୁଥିବା ପ୍ରଭାତୀ ବଳ। ପ୍ରଭାତୀ ପାରାଦୀପ କଲେଜରେ ଯୁକ୍ତ ଦୁଇ ପଢ଼ୁଥିଲେ। ଗତ ଶନିବାର ଦିନ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ସେ ଫେଲ୍ ହୋଇଥିବା ଜଣାପଡ଼ିଥିଲା। ଏଥିରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ସେ ସିଲିଂ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିିଥିଲେ। ବାପା ଉପେନ୍ଦ୍ର ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
Follow Us