କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା!

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା!

ବାରିପଦା: ବାରିପଦା ସହର ୧୭ ନମ୍ବର ୱାର୍ଡ ଶାନ୍ତି କଲୋନିର ପ୍ରହ୍ଲାଦ ନାୟକଙ୍କ ବଡ଼ ଝିଅ କରିନା ନାୟକ(୨୧) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଆଜି ଘରେ କେହି ନଥିବା ବେଳେ ଦିନ ପ୍ରାୟ ୧୨ଟା ସମୟରେ ସେ ଫ୍ୟାନରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ଘରକୁ ଫେରି ଏହା ଜ‌ାଣିବା ପରେ ତାଙ୍କୁ ଉଦ୍ଧାର କରିବା ବେଳକୁ କରିନାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ବାରିପଦା ଟାଉନ୍‌ ଥାନାରେ କେସ୍‌ ନଂ ୬୩/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଯୁକ୍ତ ୩ରେ ପଢ଼ୁଥିବା କରିନାଙ୍କ ଆକସ୍ମିକ ମୃତ୍ୟୁରେ ସମସ୍ତେ ହତବାକ୍‌ ହୋଇ ପଡ଼ିଛନ୍ତି। ‌ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ବି ତାଙ୍କ ସାଙ୍ଗସାଥୀଙ୍କ କହିବା ଅନୁଯାୟୀ; କରିନା ଜଣେ ମେଧାବୀ ଛାତ୍ରୀ ଥିଲେ। ବଡ଼ ଚାକିରି କରିବାକୁ ସେ ସ୍ବପ୍ନ ଦେଖୁଥିଲେ ଓ ଏଥିପାଇଁ ପ୍ରସ୍ତୁତି ବି ଚଳାଇଥିଲେ। ତେବେ ପରିବାର ଲୋକେ ଚାହୁଁଥିଲେ ଝିଅ ଯୁକ୍ତ ୩ ପରେ ବିଇଡି କରି ଶିକ୍ଷକତା କରୁ। ତେବେ କରିନାଙ୍କର ଶିକ୍ଷକତା କରିବାକୁ ଇଚ୍ଛା ନଥିବା ବେଳେ ତାଙ୍କୁ ଏଥିପାଇଁ ବାଧ୍ୟ କରିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କର କିଛି ଅନ୍ତରଙ୍ଗ ସାଙ୍ଗ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe