ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା: କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତ୍ତିସ୍ଥିତ ସ୍ବାମୀ ଅରୂପାନନ୍ଦ କଲେଜରେ ଚଳିତବର୍ଷ ଜାନୁଆରିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି...

College principal and professor suspended for misbehaving with minor student

College principal and professor suspended for misbehaving with minor student Photograph: (sambad.in)

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତ୍ତିସ୍ଥିତ ସ୍ବାମୀ ଅରୂପାନନ୍ଦ କଲେଜରେ ଚଳିତବର୍ଷ ଜାନୁଆରିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

ଅଭିଯୋଗ ଅନୁସାରେ, ଚଳିତବର୍ଷ ଜାନୁଆରି ୧୫ ତାରିଖରେ ଯୁକ୍ତ ୨ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କ ବିରୋଧରେ ଅସଦାଚରଣ ନେଇ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ ଆଣିଥିଲେ। ଏହା ପରେ ତଦନ୍ତ କମିଟି ଗଠନ କରାଯାଇଥିଲା।

ଅଧ୍ୟାପକଙ୍କ ବିରୋଧରେ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଥିଲା। କିନ୍ତୁ କର୍ମଚାରୀ କମିଟିର ବୈଠକ ଡକାଯିବା ପରେ ଅଧ୍ୟାପକ ଶାଶ୍ବତ ମହାନ୍ତି ସମ୍ପୃକ୍ତ ଛାତ୍ରୀଙ୍କୁ ଭୁଲ୍ ମାଗିଥିଲେ। ଆପୋସ ସମାଧାନ ନେଇ ଛାତ୍ରୀ ଏପ୍ରିଲରେ ଅଧ୍ୟକ୍ଷଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ।

ଘଟଣାକୁ ଜାଣିଶୁଣି ଚପାଇ ଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

Jagatsinghpur | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe