Advertisment

କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଅଧ୍ୟକ୍ଷ ଗିରଫ

Advertisment
କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଅଧ୍ୟକ୍ଷ ଗିରଫ

କୋରାପୁଟ/ସୁନାବେଡା : ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସଜ ପଠାଉଥିଲେ ଅଧ୍ୟକ୍ଷ। ଖାଲି ଏତିକି ନୁହେଁ, ଦେହର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିବା ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ସଂପର୍କ ନ ରଖିଲେ କ୍ୟାରିୟର ବରଦାଦ କରିଦେବାକୁ ଧମକ ଦେଉଥିଲେ। ଏମିତି ସଂଘାତିକ ଅଭିଯୋଗ ଆସିଛି ସୁନାବେଡା ଜୁନିଅର ମହିଳା କଲେଜର ଅଧକ୍ଷ ପବିତ୍ର କୁମାର ବେଦାନ୍ତ(୫୩)ଙ୍କ ବିରୋଧରେ। ଏହି ଯୌନ ଉତ୍ପୀଡନ ଅଭିଯୋଗରେ ସୁନାବେଡା ପୁଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

publive-image

ସୁନାବେଡା ଜୁନିଅର ମହିଳା କଲେଜରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଜଣେ ମହିଳା କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ବହୁ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ସେ କଲେଜରେ ୨୦୧୬ ମସିହାରେ ଯୋଗ ଦେବା ପରଠାରୁ କଲେଜ ଅଧ୍ୟକ୍ଷ ବିଭିନ୍ନ ବାହାନା କରି ତାଙ୍କୁ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି। ଆରମ୍ଭରୁ ଦରମା କାଟିବା ସହ ବିଭିନ୍ନ ସମୟରେ ହଇରାଣ କରିଛନ୍ତି। ଏଥିନେଇ ଅଭିଯୋଗ କଲେ ଅଶ୍ଳୀଳ ଇଙ୍ଗିତ ଦେବା ସହ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯୌନ ସଂପର୍କ ରଖିଲେ ସବୁ ସୁବିଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏଥିରେ ମହିଳା ଜଣଙ୍କ ରାଜି ନ ହେବାରୁ ତାଙ୍କୁ ହଇରାଣ କରୁଥିଲେ। କିନ୍ତୁ ୨ ମାସ ହେଲା ଏହି ନିର୍ଯ୍ୟାତନା ବେଶୀ ବଢି ଯାଇଥିଲା। ଏକୁଟିଆ ପାଇ ଅଧ୍ୟକ୍ଷ ତାଙ୍କୁ ଆଲିଙ୍ଗନ କରିବା ସହ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତ ମାରୁଥିଲେ। ମୋବାଇଲରେ ଅଶ୍ଳୀଳ ମେସେଜ କରି ପାଖକୁ ଡାକୁଥିଲେ। ଶାରିରୀକ ସଂପର୍କ ରଖିଲେ ଦରମା ବଢାଇ ଦେବା ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଧ୍ୟକ୍ଷ କହୁଥିବା କର୍ମଚାରୀ ଅଭିଯୋଗ ଆଣିଛନ୍ତି।

publive-image

ଏଥିନେଇ ମହିଳା କର୍ମଚାରୀଜଣଙ୍କ ମଧ୍ୟ କଲେଜର ଅନ୍ୟ କିଛି କର୍ମଚାରୀଙ୍କୁ ଜଣାଇଛନ୍ତି। ହେଲେ ସମସ୍ତେ ଚୁପ ରହିଥିଲେ। ଫଳରେ ସେ ବାଧ୍ୟ ହୋଇ ସୁନାବେଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏପଟେ କର୍ମଚାରୀ ଜଣଙ୍କ ଥାନାରେ ଏତଲା ଦେଇ ଫେରିବା ସମୟରେ ତାଙ୍କ ପାଖରୁ କିଛି ଦୁର୍ବୁତ୍ତ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିଥିଲେ। ଏମାନଙ୍କୁ ଅଧ୍ୟକ୍ଷ ପଠାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ନେଇ ମହିଳା ଜଣଙ୍କ ପୁଣି ଏକ ଏତଲା ଦେଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ, ମହିଳା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସୁନାବେଡା ଥାନାରେ ୧୬୪/୨୦ ଓ ୧୬୫/୨୦ ନମ୍ବର ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଅଭିଯୋଗର ସତ୍ୟତା ଥିବା ପ୍ରମାଣ ମିଳିବା ପରେ ଅଧ୍ୟକ୍ଷଙ୍କ ବିରୋଧରେ ୩୫୪(ଏ)/୩୫୪(ଡି)/୫୦୬/୫୦୯/୨୯୪/୩୪ ଆଇପିସିର ଧାରା ଅନୁସାରେ ମାମଲା କରାଯାଇଛି। ସେହିପରି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩୯୩/୫୦୬/୧୨୦(ବି) ଧାରା ଅନୁସାରେ ମାମଲା ହୋଇଛି। ଉଭୟ ମାମଲାରେ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅପରପକ୍ଷରେ ତାଙ୍କ ସ୍ବାମୀଙ୍କୁ ଫସାଇ ଦିଆଯାଇଛି ବୋଲି କହିଛନ୍ତି ଗିରଫ ଅଧ୍ୟକ୍ଷଙ୍କ ପତ୍ନୀ ସୁଶୀଳା ବେହେରା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, କର୍ମଚାରୀଙ୍କ ଦରମା ନ ବଢାଇବାରୁ ସେ ଏମିତି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସରକାରୀ ଚିଠି ଡାଉନଲୋଡ କରିବା ପାଇଁ କର୍ମଚାରୀ ଜଣଙ୍କ ଅଧ୍ୟକ୍ଷଙ୍କ ମୋବାଇଲ ଫୋନ ନେଇଥାନ୍ତି। ଏହି ସମୟରେ ନିଜେ କିଛି ମେସେଜ କରି ଡିଲିଟ କରି ଦେଇଛନ୍ତି। ପରେ ଏହାକୁ ନେଇ ଅଧ୍ୟକ୍ଷଙ୍କୁ ଫସାଇ ଦେଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe