Representative image
ରାଉରକେଲା: କଳିଙ୍ଗବିହାରସ୍ଥ ଟିସ୍କୋ ଖାଦାନରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ରାଏବୋଗା କାଦବାହାଲର ଦିଲୀପ ମିଂଜ଼ (୧୮)। ସେ ପାନପୋଷ ସରକାରୀ କଲେଜ ର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ଥିଲେ। ସାଙ୍ଗମାନଙ୍କ ସହ ଛେଣ୍ଡ କଳିଙ୍ଗ ବିହାରରେ ରହି ପଢୁଥିଲେ। ଆଜି ସକାଳେ ସାଙ୍ଗମାନଙ୍କ ସହ ଟିସ୍କୋ ଖାଦାନରେ ଗାଧୋଉ ଥିଲାବେଳେ ବୁଡି ଯାଇଥିଲେ। ଛେଣ୍ଡ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । କଲେଜ ଛାତ୍ରଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
Follow Us