କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ହତ୍ୟା ଘଟଣା: ୧୨ ଘଣ୍ଟିଆ ଟିକାବାଲି ବନ୍ଦ

Advertisment

କଲେଜ ଛାତ୍ରୀଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ଦାବିରେ ଆଜି କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି।

କଲେଜ ଛାତ୍ରୀଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ଦାବିରେ ଆଜି କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି।

murder22

ଫୁଲବାଣୀ: କଲେଜ ଛାତ୍ରୀଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ଦାବିରେ ଆଜି କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି। ଟିକାବାଲି ମିଳିତ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଟିକାବାଲି ବଣିକ ସଂଘ, ଅଟୋ ଚାଳକ ସଂଘ, ଟ୍ରାକ୍ଟର ଚାଳକ ସଂଘ ଏବଂ ନାଗରିକ ମଞ୍ଚ ପକ୍ଷରୁ ଜନସାଧାରଣ ମିଳିତ ଭାବେ ବନ୍ଦ ଡାକରାରେ ସାମିଲ ହୋଇଥିଲେ। ଆଜି ଟିକାବାଲିରେ ସମସ୍ତ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ଟିକାବାଲି ମେଡିକାଲ କଲେଜ ଛକ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥରେ ବିକ୍ଷୋଭକାରୀ ରାସ୍ତା ଅବ‌ରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଅମାନୁଷିକ ଘଟଣାରେ ଜଡ଼ିତ ୪ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବାକୁ ଟିକାବାଲି ବଣିକ ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା ଦାବି କରିଛନ୍ତି। ଏହା ସହିତ ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରାଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାବାଲିର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ଆଜିର ଏହି ବନ୍ଦରେ ବଣିକ ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲିକ, ସ୍ଥାନୀୟ ନାଗରିକ ଜ୍ୟୋତିରଞ୍ଜନ ମହାପାତ୍ର, କୃଷ୍ଣଚନ୍ଦ୍ର ଦିଗାଲ ପ୍ରମୁଖ ନେତୃତ୍ବ ନେଇଥିଲେ। 

ସୂଚନାଯୋଗ୍ୟ, ଟିକାବାଲି ଅଞ୍ଚଳର ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀଜଣକ ଗତ ମାସ ୨୭ ତାରିଖରେ ଟିଉସନ୍‌ ଯାଇ ଆଉ ଘରକୁ ଫେରି ନଥିଲେ। ମାର୍ଚ୍ଚ ୨୩ ତାରିଖ ଦିନ କନ୍ଧମାଳ-ଗଞ୍ଜାମ ସୀମାନ୍ତ ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଜଙ୍ଗଲରୁ ପୁଲିସ ନାବାଳିକାଙ୍କ ନରକଙ୍କାଳ ଠାବ କରିଥିଲା। ଏହି ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ବିଜୟ କୁମାର ନାୟକ ସମେତ ମୋଟ ୪ ଜଣଙ୍କୁ ଟିକାବାଲି ପୁଲିସ ଗିରଫ କରି ସୋରଡ଼ା ପୁଲିସକୁ ହସ୍ତାନ୍ତର କରିଥିଲା। ମୁଖ୍ୟ ଅଭିଯୁକ୍ତ ବିଜୟ ସମ୍ପୃକ୍ତ ନାବାଳିକାଙ୍କୁ ଶଙ୍କରାଖୋଲ ଆସିବାକୁ ଡାକିଥିଲା। ତା'ର ଦୁଇ ସାଙ୍ଗ ସଞ୍ଜୀବ ଓ ଦୀପକ ସହ ମିଶି କାର୍‌ରେ ଉଭୟ ଶଙ୍କରାଖୋଲରେ ପହଞ୍ଚିଥିଲେ। ସେମାନେ ଶଙ୍କରାଖୋଲରୁ ସାରଙ୍ଗଗଡ଼ ଯାଇ ସେଠାରେ କିଛି ଫଳ ଓ ଛୁରି କିଣି ଦାରିଙ୍ଗିବାଡ଼ି ଅଭିମୁଖେ ଯାଇଥିଲେ। ପାର୍କ ବନ୍ଦ ଥିବାରୁ ସେମାନେ ସୋରଡ଼ାର ଗାଜଲବାଡ଼ି ଜଙ୍ଗଲକୁ ଯାଇଥିଲେ। ‌ବିଜୟ ଓ ତା' ସହଯୋଗୀମାନେ ସମ୍ପୃକ୍ତ ନାବଳିକାଙ୍କୁ ସେଠାରେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ନାବାଳିକା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe