ହସ୍ପିଟାଲ ଶୌଚାଳୟରେ ମୃତଶିଶୁକୁ ଜନ୍ମ ଦେଲେ କଲେଜ ଛାତ୍ରୀ

Advertisment

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ସାବାଳିକା ବୋଲି ଜଣାପଡ଼ିଛି।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ସାବାଳିକା ବୋଲି ଜଣାପଡ଼ିଛି।

ନୟାଗଡ଼: ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ସାବାଳିକା ବୋଲି ଜଣାପଡ଼ିଛି। ତେବେ ଛାତ୍ରୀନିବାସରେ ରହୁଥିଲେ ମଧ୍ୟ ଛାତ୍ରୀଜଣକ ଗର୍ଭବତୀ ଥିବା ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତନାଘନା ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ଭୋର୍‌ ସମୟରେ ଛାତ୍ରୀଜଣକ ପେଟରେ ଜୋର୍‌ରେ ଯନ୍ତ୍ରଣା ହେଉଥିବା ନେଇ ତାଙ୍କ ସହପାଠୀଙ୍କୁ ଜଣାଇଥିଲେ। ପରେ ଛାତ୍ରୀନିବାସ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଏକ ଇଞ୍ଜେକସନ୍ ଦେଇଥିଲେ। ଏହାର କିଛି ସମୟ ‌ପରେ ଛାତ୍ରୀଜଣକ ପାଇଖାନା ଯିବେ ବୋଲି ଡାକ୍ତରଙ୍କୁ କହିଥିଲେ। ପାଇଖାନା ଯାଉ ଯାଉ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇ ସେଠାରେ ଅଚେତ ‌ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ନେଇ ହସ୍ପିଟାଲ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଛାତ୍ରୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଅଜୟ ବାହିନୀପତି ସୂଚନା ଦେଇଛନ୍ତି।

ଏ ସଂକ୍ରାନ୍ତରେ ହଷ୍ଟେଲ ମୁଖ୍ୟ ରିଙ୍କୁ ଖାଡ଼ଙ୍ଗା କହିଛନ୍ତି, ପ୍ରତ୍ୟେକ ଦିନ ସେ ଛାତ୍ରୀନିବାସ ପରିଦର୍ଶନରେ ଯାଆନ୍ତି। ଗତକାଲି ମଧ୍ୟ ଯାଇଥିଲେ ଓ ଉକ୍ତ ଛାତ୍ରୀଙ୍କୁ ଦେଖିଥିଲେ। ମାତ୍ର ଛାତ୍ରୀଙ୍କର ଏପରି ଅବସ୍ଥା ସମ୍ପର୍କରେ ସେ ଅବଗତ ହୋଇ ପାରିନଥିଲେ। ଆଜି ଭୋର୍‌ ୫ଟା ୩୦ ମିନିଟରେ ତାଙ୍କର ଜଣେ ବନ୍ଧୁ ଫୋନ୍ କରି ଛାତ୍ରୀଙ୍କ ଅବସ୍ଥା ଖରାପ ଥିବା କହିଥିଲେ। ଏହା ପରେ ଡାକ୍ତରଖାନାରେ ଏମିତି ଘଟଣା ଘଟିଛି। ଛାତ୍ରୀନିବାସକୁ ଡାକ୍ତର ନିୟମିତ ଭାବେ ଆସି ଛାତ୍ରୀମାନଙ୍କର ସ୍ବାସ୍ଥ୍ୟାବ୍ୟସ୍ଥା ପରୀକ୍ଷା କରନ୍ତି। ବୋଧହୁଏ ଏହି ଛାତ୍ରୀଜଣକ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନାହାନ୍ତି। ଆଜି ଏହି ଘଟଣା ପରେ ତାଙ୍କ ଅଭିଭାବକଙ୍କୁ ଅବଗତ କରାଯାଇଛି। ନୟାଗଡ଼ରେ ପହଞ୍ଚିବା ପରେ ସେମାନଙ୍କ ସହ ଆଲୋଚନା କରାଯିବ। ଅନ୍ୟପଟେ ଏ ନେଇ ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଛାତ୍ରୀଜଣକ ଏଠାରେ କିମ୍ବା ତାଙ୍କ ଅଞ୍ଚଳରେ ଥିବା ଥାନାରେ ଏତଲା ଦେବା ପରେ ଏହାର ତଦନ୍ତ ଆରମ୍ଭ ହେବ ବୋଲି ଥାନା ଇନ୍‌ସ୍ଫେକ୍ଟର ରଶ୍ମୀରଞ୍ଜନ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe