ଦୁର୍ଘଟଣାରେ କଲେଜ ଛାତ୍ର ମୃତ: ଅଧାରେ ରହିଲା ନାମଲେଖା

Advertisment
ଦୁର୍ଘଟଣାରେ କଲେଜ ଛାତ୍ର ମୃତ: ଅଧାରେ ରହିଲା ନାମଲେଖା

ଅମ୍ବାଦଳା : ମୁନିଗୁଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବନ୍ଧୁଗୁଡ଼ା ନିକଟରେ ସୋମବାର ଏକ ଅଜଣା ଟ୍ରକ ଧକ୍କାରେ ଅମ୍ବାଦଳା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ତପଜ୍ୟୋତି ସାହୁ (୧୮)ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ କଲେଜ ଅଧ୍ୟାପକ ସବୀର କୁମାର ବେ‌ହେରା ଗୁରୁତର ଆହତ ହୋଇଛନ୍ତି।

ଯୁକ୍ତ ତିନିରେ ନାମ ଲେଖାଇବାକୁ ତପଜ୍ୟୋତି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ମହାବିଦ୍ୟାଳୟରେ ଆବେଦନ କରିଥିଲେ। ଆଜିଠୁ ନାମ ଲେଖା ଆରମ୍ଭ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇବା ପରେ ତପଜ୍ୟୋତି ଅଧ୍ୟାପକ ସବୀରଙ୍କ ବାଇକ୍‌ରେ ଯାଉଥିଲେ। ବନ୍ଧୁଗୁଡ଼ା ନିକଟରେ ରାସ୍ତା ଉପରେ ବିରାଟ ଗର୍ତ୍ତ ଦେଖି ସବୀର ବ୍ରେକ୍ ମାରିଥିବା ବେଳେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତପଜ୍ୟୋତି ଓ ସବୀରଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତପଜ୍ୟୋତିଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe