ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ଘଟଣା : ଜୀବନ ହାରିଲେ କଲେଜ ଛାତ୍ରୀ

Advertisment
ଓଲିଉଡ ନାୟିକା ଆଣିଲେ ସଙ୍ଗୀନ ଅଭିଯୋଗ: ପ୍ରଲୋଭନ ଦେଇ ପୁରୁଷବନ୍ଧୁ ରଖିଲେ ଶାରୀରିକ ସମ୍ପର୍କ, ଭିଡିଓ ଭାଇରାଲ୍ କଲେ

Patrika ( Representational)

ମୁରିବାହାଲ : ଗତ ବର୍ଷ ଫେବ୍ରୁଆରି ମାସରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଂରେଇ ପଞ୍ଚାୟତ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଗଣେଶ ସେଲମା ନାମକ ଜଣେ ଶିକ୍ଷକ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସମୟର ଅଶ୍ଳୀଳ ଫଟୋ ଓ ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା। ସମ୍ପୃକ୍ତ କଲେଜ ଛାତ୍ରୀ ଶନିବାର ଅପରାହ୍ଣରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏଥିପାଇଁ ଦାୟୀ ଶିକ୍ଷକ ଗଣେଶଙ୍କ ବିରୋଧରେ ଯୁବତୀଙ୍କ ମା ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଉକ୍ତ ଛାତ୍ରୀଙ୍କ ସହ ମୁରିବାହାଲ ଥାନା ଅସୁରମୁଣ୍ଡା ଗାଁର ଶିକ୍ଷକ ଗଣେଶ ସେଲମା ସମ୍ପର୍କ ରଖିଆସୁଥିଲେ। ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିଲେ। ପରେ ପ୍ରତାରଣା କରି ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ଉକ୍ତ ଛାତ୍ରୀଙ୍କୁ ବାହା ହେବାକୁ ରୋକଠୋକ ମନା କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ମୃତଦେହ ଏବେ ଟିଟିଲାଗଡ଼ ଡାକ୍ତରଖାନାରେ ରଖାଯାଇଛି। ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଶିକ୍ଷକ ଗଣେଶ ସେଲମାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀଙ୍କ ମା ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ମୁରିବାହାଲ ଥାନା ଆଇଆଇସି ତାରା ଯସ୍ମିନ ଗୁରିଆଙ୍କୁ ପଚାରିବାରୁ ଆତ୍ମହତ୍ୟା ସମ୍ପର୍କରେ ଏତଲା ହୋଇଛି, ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe