ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଜଣେ ଛାତ୍ରକୁ ଅପହରଣ ପରେ ନକ୍ସଲ ଅତି ନୃଶଂସ ଭବେ ହତ୍ୟା ଘଟଣାକୁ କେନ୍ଦ୍ର କରି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ନକ୍ସଲଙ୍କ ବିରୋଧରେ ଜନସାଧାରଣ ଏବଂ ଛାତ୍ର ସଂଗଠନ ସାଧାସଳଖ ମୁୁହଁ ଖୋଲିବା ଆରମ୍ଭ କରିଛନ୍ତି। ଘଟଣାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଶନିବାର ଦିନ ସୀମାନ୍ତ କୋଣ୍ଟା ଅଂଚଳରେ ନକ୍ସଲ ଲାଇଭଲିହୁଡ କଲେଜର କୁଞ୍ଜାମି ଶଂକର ନାମକ ଜଣେ ଛାତ୍ରକୁ ନକ୍ସଲ ଅପହରଣ କରି ନେଇ ଯାଇଥିଲେ। ପରବର୍ତୀ ସମୟରେ ବେକ କାଟି ନିର୍ମମ ଭାବେ ହତ୍ୟା କରିଥିଲେ।
କଲେଜ ଛାତ୍ରକୁ ହତ୍ୟା ଘଟଣା : ନକ୍ସଲ ବିରୋଧରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
Advertisment
Follow Us