କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୬ ଜଣ ଗିରଫ

Advertisment

କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି। ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି।

କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି। ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି।

rape

କଟକ: କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି। ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି। ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଏହି ଘଟଣାରେ ବାଦାମବାଡ଼ି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ, ବାରଙ୍ଗର ସୌମ୍ୟ। ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟର ଛାତ୍ରୀ। ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଯୁବତୀଙ୍କ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷ ଯାଇଥିଲା। ସେଠାରେ ଆଶୁତୋଷ ଏହି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟର ଦୃଶ୍ୟ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା। ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୬ଜଣ ବ୍ଲାକମେଲ୍ କରିଥିଲେ। ଯୁବତୀଙ୍କୁ ଦଶହରା ପରେ ବାରଙ୍ଗ ଅଞ୍ଚଳର ଆଉ ଜଣେ ବନ୍ଧୁ ସୌମ୍ୟ ଘରକୁ ନେଇଯାଇଥିଲେ।

୬ ଜଣ ଗିରଫ
ନଗ୍ନ ଭିଡିଓ ରେକର୍ଡ କରି ବ୍ଲାକ୍‌ମେଲ୍‌
ଭୟ ଦେଖାଇ ବିଭିନ୍ନ ସ୍ଥାନକୁ ଡାକି ନେଉଥିଲେ

ସେଠାରେ ୬ ଜଣ ଯୁବକ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହାକୁ ପୁଣି ମୋବାଇଲରେ ରେକର୍ଡ କରିନେଇଥିଲେ।  ୬ ଅଭିଯୁକ୍ତ ବ୍ଲାକମେଲ୍ କରି ବିଭିନ୍ନ ସ୍ଥାନକୁ ଡାକୁଥିଲେ। ଭୟରେ ଯୁବତୀ ଜଣକ ଏ ସମ୍ପର୍କରେ ଘରେ କାହାରିକୁ ଜଣାଇନଥିଲେ। କିଛିଦିନ ପୂର୍ବରୁ ଯୁବତୀ ଜଣକ ବାଲିକୁଦା ଛକ ନିକଟରେ ଅଭିଯୁକ୍ତଙ୍କ ସହିତ ଛିଡ଼ା ହୋଇଥିବା ଯୁବତୀଙ୍କ ମାମୁ ଦେଖିବାକୁ ପାଇଥିଲେ। ପଚରାଉଚରା କରିବା ପରେ ସଂପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା। ଗଲା ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମୋବାଇଲ୍‌ରୁ ଯୁବତୀଙ୍କ ନଗ୍ନ ଭିଡିଓ ମିଳିଛି। ଏହାକୁ ପରୀକ୍ଷା ପାଇଁ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe