ବେହିସାବ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ୍ ହାତରେ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟ୍

Advertisment
ବେହିସାବ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ୍ ହାତରେ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟ୍

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟ୍‌(ଡିଏଲ୍‌ଆର୍‌) ପ୍ରଶାନ୍ତ କୁମାର ନାୟକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାମରେ ୧କୋଟି ୪୪ଲକ୍ଷ ୯୨ହଜାର ୪୬୪ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ହିସାବ କରିଛି।

ଗତକାଲି ଭିଜିଲାନ୍ସ ବିଭାଗ ଆସିକା ରୋଡ଼ ବିଲସାହି ସ୍ଥିତ ଶ୍ରୀ ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ଉ କରିଥିଲା। ଶ୍ରୀ ନାୟକ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରୁ ବିଏ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଶେଷ କରିବା ପରେ ୧୯୯୦ରେ ଡିଏଲ୍‌ଆର୍‌ କର୍ମଚାରୀଭାବେ ଯୋଗ ଦାନ କରିଥିଲେ। ବର୍ତ୍ତମାନ ସେ ଟାଇପିଷ୍ଟ୍‌ ଭାବେ କାମ କରୁଛନ୍ତି। ଚାକିରି କାଳ ମଧ୍ୟରେ ତାଙ୍କର ଆୟ ୩୧ଲକ୍ଷ ୩୪ହଜାର ଟଙ୍କା ରହିଛି। କିନ୍ତୁ ଶ୍ରୀ ନାୟକ ଓ ପରିବାରବର୍ଗଙ୍କ ନାମରେ ମୋଟ ୧କୋଟି ୫୭ଲକ୍ଷ ୩୮ହଜାର ୭୨୯ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ତାଙ୍କର ଖର୍ଚ୍ଚ ୧୮ଲକ୍ଷ ୮୭ହଜାର ୭୩୫ଟଙ୍କା ରହିଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ୧କୋଟି ୪୪ଲକ୍ଷ ୯୨ହଜାର ୪୬୪ଟଙ୍କା ରହିଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ। ଏହି ସମ୍ପତ୍ତିର କୌଣସି ସଠିକ୍‌ ହିସାବ ନମିଳିବାରୁ ଭିଜିଲାନ୍ସ ବିଭାଗ ଶ୍ରୀ ନାୟକଙ୍କୁ କେସ୍ ନମ୍ବର ୩୦/୨୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe