୧୧ରୁ ଖୋଲିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

Advertisment
୧୧ରୁ ଖୋଲିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଜଣାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି।
ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ଉନ୍ନତି ଓ ପାଠପଢ଼ାରେ କ୍ଷତି ବିଷୟକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି। ୟୁଜିସିର ନିର୍ଦ୍ଦେଶାବଳୀକୁ ଆଧାର କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ଦିଆଯାଇଛି।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିବ। ଏଣେ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ଜାରି ହେବ। ଆଗାମୀ ଏପ୍ରିଲ ୩୦ ତାରିଖରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ। ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏଁ ଶିକ୍ଷାଦାନ କରାଯିବ। ଠିକ୍ ସେହିପରି ଜୁନ ୧୬ରୁ ୩୧ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ଚାଲିବ। ଜୁଲାଇ ୧୫ରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏଣେ ୟୁଜି/ପିଜି, ପିଏଚଡି, ଏମ୍ ଫିଲ୍ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଜାନୁଆରି ୧୦ ତାରିଖରୁ ହଷ୍ଟେଲ ଖୋଲିବାକୁ ବି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe