କଲର୍‌ଟୋନ୍ ବସାଇବ ପୋଷାକ କାରଖାନା: ସମ୍ବଲପୁରରେ ହେବ ୫-ତାରକା ହୋଟେଲ୍‌

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାକୁ ବୟନ ଓ ପୋଷାକ ଉତ୍ପାଦନର ଏକ ହବ୍‌ରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ମନୋଜ....

Mohan

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାକୁ ବୟନ ଓ ପୋଷାକ ଉତ୍ପାଦନର ଏକ ହବ୍‌ରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୦ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ୯ଟି ବୟନ ଓ ପୋଷାକ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଲର୍‌ଟୋନ୍ ଟେକ୍ସଟାଇଲ୍‌ସ ଖୋର୍ଦ୍ଧାରେ ୭୦୦.୨୯ କୋଟି ଟଙ୍କା ନିବେଶରେ ଏକ ପୋଷାକ କାରଖାନା ସ୍ଥାପନ କରିବ। ଟେକ୍ନୋ ଆକ୍ଟିଭ୍‌ଓୟାର୍‌ କଟକରେ ୧୦୦ କୋଟି ଟଙ୍କା, ହିଣ୍ଡାଲ୍‌କୋ କେନ୍ଦୁଝର ଓ ସମ୍ବଲପୁରରେ ୧୦୦ କୋଟି ଟଙ୍କା ‌ଲେଖାଏଁ, ଏସ୍‌ସିଏମ୍ ଗାର୍ମେଣ୍ଟ୍‌ସ କଟକରେ ୧୫୦ କୋଟି ଟଙ୍କା, କାର୍ଲୋ ଟେକ୍ସ କଟକରେ ୬୦ କୋଟି ଟଙ୍କା, ପର୍‌ଫେକ୍ଟ ଇନ୍‌ଫ୍ରା ଭିଜନ୍‌ ବଲାଙ୍ଗୀରରେ ୧୧୦.୭୦ କୋଟି ଟଙ୍କା, ୱଭିନୋଭା କଟକରେ ୫୭.୫୩ ‌କୋଟି ଟଙ୍କା, ପିଉ ଫ୍ୟାସନ୍‌ ଖୋର୍ଦ୍ଧା ୯୬.୯୯ କୋଟି ଟଙ୍କା ଏବଂ ଆଦିତି ଲାଇଫ୍‌ଷ୍ଟାଇଲ୍‌ ପକ୍ଷରୁ ଖୋର୍ଦ୍ଧାରେ ୨୦୯.୩୬ କୋଟି ଟଙ୍କା ନିବେଶ କରି ବୟନ ଓ ପୋଷାକ କାରଖାନା ସ୍ଥାପନ କରିବେ।

ଆଜିର ବୈଠକରେ ଏହି ବୟନ ଓ ପୋଷାକ ପ୍ରକଳ୍ପଗୁଡ଼ିକ ସମେତ ୪୭୩୯ କୋଟି ଟଙ୍କା ନିବେଶରେ ‌ସ୍ଥାପନ ହେବାକୁ ଥିବା ୨୫ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨୫,୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମଞ୍ଜୁର ହୋଇଥିବ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡ଼ା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୁଳଗଜପତି ଜିଲ୍ଲାରେ ସ୍ଥାପନ କରାଯିବ। 

ମୟୂରଭଞ୍ଜ, ସୁବର୍ଣ୍ଣପୁର, ଗଜପତିକୁ ଶିଳ୍ପ
ସିଙ୍ଗଲ୍‌ ୱି‌ଣ୍ଡୋରେ ୪୭୩୯ କୋଟିର 
୨୫ ପ୍ରକଳ୍ପ ମଞ୍ଜୁର

ଏସ୍‌ୱାଇସିଇ ଇଣ୍ଡିଆ ସମ୍ବଲପୁରରେ ୧୦୭ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରିବ। କୋଣାର୍କ ଇସ୍ପାତ ଝାରସୁଗୁଡ଼ାରେ ୯୯୦ କୋଟି ଟଙ୍କା ନିବେଶ କରିବ। ମାକ୍ସଟ୍ ଇଲେକ୍ଟ୍ରୋମେକ୍ ମୟୂରଭଞ୍ଜରେ ୯୭.୭୬ କୋଟି ଟଙ୍କା ଖଟାଇବ। ଲିଣ୍ଡେ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାରେ ଗ୍ଲୋବାଲ୍ କମ୍ପିଟେନ୍ସି ସେଣ୍ଟର ସ୍ଥାପନରେ ୮୦ କୋଟି ଟଙ୍କା ଓ ଯାଜପୁରରେ ଏକ ପାଇପ୍‌ଲାଇନ୍ କ୍ଲଷ୍ଟର୍‌ରେ ୧୦୫.୭୦ କୋଟି ଟଙ୍କା ନିବେଶ କରାଯିବ। ରାହି ଟ୍ରାକ୍‌ ଟେକ୍ନୋଲୋଜି ଏକ ହେଭି ଷ୍ଟିଲ୍ କାଷ୍ଟିଂ ଫାଉଣ୍ଡ୍ରି ସ୍ଥାପନ କରିବାରେ ୧୪୦ କୋଟି ଟଙ୍କା ନିବେଶ କରିବ। ବିଇଆଇଏଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଗଞ୍ଜାମରେ ୩୨୦.୭୦ କୋଟି ଟଙ୍କା ନିବେଶ କରିବ। ସାଇଜର୍‌ ଏଣ୍ଟର୍‌ପ୍ରାଇଜେସ୍‌ ଅନୁଗୁଳରେ ଗୋଦାମଘର ଓ ଲଜିଷ୍ଟିକ୍ସ ପାର୍କ ବିକାଶ କରିବାରେ ୧୨୭.୮୬ କୋଟି ଟଙ୍କା ନିବେଶ କରିବ।

ପ୍ରୋଜିଲ୍ ଗ୍ରିନ୍ ଏନର୍ଜି ସୁବର୍ଣ୍ଣପୁରରେ ୧୪୦ କୋଟି ଟଙ୍କା ନିବେଶରେ ଏକ ୬୯.୫ ମେଗାୱାଟ୍‌ର ସୋଲାର ପାର୍କ ସ୍ଥାପନ କରିବ। ପିପିଡି ଇସ୍ପାତ ଗଜପତିରେ ୫୧ କୋଟି ଟଙ୍କା ନିବେଶ କରିବ। ସରିଅସ୍‌ ସ୍ପେସିଆଲିଟି କେମିକାଲ୍ସ ତରଫରୁ ଯାଜପୁରରେ ୨୦୫.୪୪ କୋଟି ଟଙ୍କା ନିବେଶରେ ଏକ କାର୍ବନ୍‌ ଇଲେକ୍ଟ୍ରୋଡ୍ ପେଷ୍ଟ କାରଖାନା ସ୍ଥାପନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe