ଦେଶର ଏକତା, ଅଖଣ୍ତତା, ସାର୍ବଭୌମତ୍ବ ରକ୍ଷା ଓ ଜନସାଧରଣଙ୍କ ସୁରକ୍ଷା ଲାଗି ସେନା ସଂକଳ୍ପବଦ୍ଧ: ରାଷ୍ଟ୍ରପତି

Advertisment

ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘କଲର ଆୱାର୍ଡ’, ଯୋଗଦେଲେ ସ୍ଥଳସେନା ମୁଖ୍ୟ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ

ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘କଲର ଆୱାର୍ଡ’, ଯୋଗଦେଲେ ସ୍ଥଳସେନା ମୁଖ୍ୟ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ

ଦେଶର ଏକତା, ଅଖଣ୍ତତା, ସାର୍ବଭୌମତ୍ବ ରକ୍ଷା ଓ ଜନସାଧରଣଙ୍କ ସୁରକ୍ଷା ଲାଗି ସେନା ସଂକଳ୍ପବଦ୍ଧ: ରାଷ୍ଟ୍ରପତି

ବ୍ରହ୍ମପୁର : ସେନା ବାୟୁ ପ୍ରତିରକ୍ଷା ବାହିନୀ(ଆର୍ମି ଏୟାର ଡିଫେନ୍ସ) ସବୁ କ୍ଷେତ୍ରରେ ଆସାଧାରଣ ବୀରତ୍ବ ପ୍ରଦର୍ଶନ କରିଆସିଛି। ଯୁଦ୍ଧ ଏବଂ ସୀମା ସୁରକ୍ଷାରେ ଏହାର ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି। ସେନା ବାୟୁ ପ୍ରତିରକ୍ଷା ଯବାନଙ୍କ ତ୍ୟାଗ ଓ ବଳିଦାନ ଲାଗି ଦେଶର ସାର୍ବଭୌମତ୍ବ ସୁରକ୍ଷିତ ରହିପାରିଛି। ବିଶେଷ କରି ଦେଶର ଏକତା, ଅଖଣ୍ତତା, ସାର୍ବଭୌମତ୍ବ ରକ୍ଷା ଓ ଜନସାଧରଣଙ୍କ ସୁରକ୍ଷା ଦିଗରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ସଂକଳ୍ପବଦ୍ଧ ବୋଲି ଆଜି ଗୋଳାବନ୍ଧ ଆର୍ମି ଏଡି କଲେଜରେ ଅନୁଷ୍ଠିତ ‘କଲର ଆୱାର୍ଡ଼ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତବ୍ୟକ୍ତ କରିଛନ୍ତି।

publive-image

ଗୋଳାବନ୍ଧ ମିଲିଟାରି ଷ୍ଟେସନ ପରିସରରେ ଆଜି ସକା‌େଳ ‘କଲର ଆୱାର୍ଡ଼’ ପ୍ରଦାନ ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଯୋଗଦେଇ ସେନା ବାୟୁ ପ୍ରତିରକ୍ଷା ବାହିନୀର ସମ୍ମିଳିତ ଚିତ୍ତାକର୍ଷକ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବ ପ୍ୟାରେଡ୍‌ର ନେତୃତ୍ବ ନେଇଥିଲେ। ଏହାପରେ କଲର ଆୱାର୍ଡ଼ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେନାର ଡ୍ରମ(ବାଦ୍ୟ) ପ୍ୟାରେଡ୍‌ ମଧ୍ୟସ୍ଥଳରେ ସଜ୍ଜିତ କରି ରଖା ଯାଇଥିଲା। ସେନା ଯବାନମାନେ ସମ୍ମାନର ସହ କଲର(ନାଲି ରଙ୍ଗର ଏକ ପତାକା)କୁ ଆଣି ଉକ୍ତ ଡ୍ରମ ଉପରେ ରଖିଥିଲେ। ଏହାପରେ ୪ ଧର୍ମର ଧର୍ମଗୁରୁମାନେ ସେଠାକୁ ଆସି ସେମାନଙ୍କ ପବିତ୍ର ଗ୍ରନ୍ଥ ପାଠ କରିଥିଲେ। ଏହାପରେ ରାଷ୍ଟ୍ରପତି ମଞ୍ଚରୁ ପ୍ୟାରେଡ୍‌ସ୍ଥଳକୁ ଯାଇ କଲର ଆୱାର୍ଡ଼ ପ୍ରଦାନ କରିଥିଲେ। ଲେଫ୍ଟନାଣ୍ଟ ବିଜୟ ବିବେକ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ କଲର ଆୱାର୍ଡ଼କୁ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ। ସ୍ବାଧୀନ ବାହିନୀ ଭାବେ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ପ୍ରତିରକ୍ଷା କେନ୍ଦ୍ରକୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଥିଲେ।

publive-image

ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କହିଥିଲେ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷା ବାହିନୀର ବହୁ ସୈନ୍ୟ ଦଳ ବିଭିନ୍ନ ଅପରେସନରେ ଅ˚ଶଗ୍ରହଣ କରିଥିଲେ। ବର୍ମା ଅଭିଯାନ, ଇମ୍ଫାଲ-କୋହିମା ଘେରାବନ୍ଦୀ, ରେଙ୍ଗୁନ ପୁନଃଦଖଲ, ଆରାକାନ ଅପରେସନ, ମାୟିତିକିୟିତା, ହ˚କ˚, ସିଙ୍ଗାପୁର, ମାଲାୟ, ବାହାରିନ, ଇରାକ, ପର୍ସିଆ ଅପରେସନ ଆଦିରେ ଏହି ବାହିନୀ ବୀରତ୍ବ ପ୍ରଦର୍ଶନ କରି ସମ୍ମାନର ଅଧିକାରୀ ହୋଇଛନ୍ତି। ଏଥିରେ ୪ଟି ମିଲିଟାରି କ୍ରସ୍‌, ବ୍ରିଟିସ ରାଜାଙ୍କଠାରୁ ଏକ ପଦକ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ୭ଟି ଭାରତୀୟ ବିଶିଷ୍ଟ ସେବା ପଦକ, ବ୍ରିଟିସ ସରକାରଙ୍କ ୨ଟି ସମ୍ମାନପତ୍ର ସାମିଲ ରହିଛି। ୧୯୪୦ ପରଠାରୁ ସେନା ବାୟୁ ପ୍ରତିରକ୍ଷା କର୍ପସ୍‌ ଅଫ୍‌ ଆର୍ଟିଲେରିର ଏକ ଅ˚ଶ ଭାବେ କାର୍ଯ୍ୟ କରି ଆସୁଛି। ୧୯୯୪ରେ ଏହାକୁ ଏକ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମାନ୍ୟତା ମିଳିଛି। ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଉତ୍କର୍ଷ ଲାଗି ଇତିମଧ୍ୟରେ ଦୁଇଟି ଅଶୋକ ଚକ୍ର, ଦୁଇଟି କୀର୍ତ୍ତି ଚକ୍ର, କୋଡ଼ିଏଟି ବୀର ଚକ୍ର, ନଅଟି ଶୌର୍ଯ୍ୟ ଚକ୍ର ଓ ୧୧୩ଟି ସେନା ପଦକ ମିଳି ସାରିଲାଣି। ଏଥିସହ ୫୫ଟି ଏମ୍‌ଡି ଏବ˚ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ଟି ଉପାଧିରେ ସମ୍ମାନିତ କରା ଯାଇଥିଲା। ୧୯୬୫ ଓ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଶତ୍ରୁପକ୍ଷର ଏକାଧିକ ଯୁଦ୍ଧ ବିମାନକୁ ସେନା ବାୟୁ ପ୍ରତିରକ୍ଷା ବାହିନୀ ଧ୍ବ˚ସ କରିଥିଲା। ପୂର୍ବସୁରୀମାନଙ୍କ ଦ୍ବାରା ପ୍ରତିଷ୍ଠା କରା ଯାଇଥିବା ଉଚ୍ଚ ମାନକ ତଥା ଭଲ କାର୍ଯ୍ୟକୁ ବଜାୟ ରଖିବା ଲାଗି ଯୁବପିଢିଙ୍କୁ ଏହା ପ୍ରେରଣା ଯୋଗାଉଛି। ଫଳରେ ଦେଶମାତୃକାର ସେବା ତଥା ରାଷ୍ଟ୍ରସେବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ହୋଇ ରହିବ ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଥମ ମହିଳା ନାଗରିକ ତଥା ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ, ଭାରତୀୟ ସ୍ଥଳସେନା ମୁଖ୍ୟ ତଥା ଚିଫ ଅଫ୍‌ ଆର୍ମି ଷ୍ଟାଫ୍‌ ବିପିନ ରାୱତ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe